ଆନ୍ଦୋଳନରୁ ନିବୃତ୍ତ ରହିବାକୁ ଶିକ୍ଷକଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ

ଆନ୍ଦୋଳନରୁ ନିବୃତ୍ତ ରହିବ ପାଇଁ ଶିକ୍ଷକଙ୍କୁ ଏଭଳି ପରାମର୍ଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସରକାର, ଶିକ୍ଷକଙ୍କ ସମସ୍ୟା ପ୍ରତି ଅବଗତ ଓ ସଚେତନ ଅଛନ୍ତି ।ସବୁ ସମୟରେ ଶିକ୍ଷକ ମାନେ ରାଜରାସ୍ତାକୁ ଆସିବା ଠିକ ନୁହେଁ। ଏଭଳି କଲେ ଛାତ୍ରଛାତ୍ରୀଙ୍କ ପାଠ ପଢା ବ୍ୟାଘାତ ହେବ । ଆମ ସରକାର ମାତ୍ର ୧୪ ମାସର ସରକାର । ଏତେ କମ ସମୟ ମଧ୍ୟରେ ସମସ୍ତ କଥା ଜାଣିବା ବୁଝିବାକୁ ସମୟ ଆବଶ୍ୟକ। ଶିକ୍ଷକ ମାନଙ୍କର ଏହି ସମସ୍ୟା ହେଉଛି ଦୀର୍ଘ ଦିନର ।

ସରକାର ପରିବର୍ତ୍ତନ ପରେ ୯ହଜାରରୁ ଅଧିକ ଶିକ୍ଷକଙ୍କୁ ରେଗୁଲାର କରାଯାଇଛି । ବହୁ ଶିକ୍ଷକଙ୍କ କୋର୍ଟ କଚେରୀରେ ସମସ୍ୟା ପଡିରହିଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିବାରୁ ସରକାର ଚାହିଁଲେ ବି କିଛି କରିପାରୁନାହାନ୍ତି । ମୋହନ ସରକାର ଶିକ୍ଷକଙ୍କ ସମସ୍ୟା ପ୍ରତି ଅବଗତ ଓ ସଚେତନ ଅଛନ୍ତି । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସୁଛି । ଆଗାମୀ ଦିନରେ ଠିକା ବ୍ୟବସ୍ଥାକୁ ଉଛେଦ କରାଯାଇ ରେଗୁଲାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ