ସାମୟିକ ଭାବେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛି ବିଜୁ ଜନତା ଦଳ । ଭରତପୁର ଥାନା ହାଇଡ୍ରାମା ଘଟଣାରେ ମଙ୍ଗଳବାର ଦିନ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ବିଜେଡି । ଦଳ ପକ୍ଷରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏଥିନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେଣୁ ଦଳ ନିଜ ବନ୍ଦ ଡାକରା ପ୍ରତ୍ୟାହାର କରି ନେଇଥିବା କହିଛି।ଖବର ଅନୁଯାୟୀ, କିଛି ଦିନ ତଳେ ଭରତପୁର ଥାନାରେ ପୋଲିସ ସହ ସେନା କ୍ୟାପଟେନ୍ ଏବଂ ବାନ୍ଧବୀଙ୍କ ହାଇଡ୍ରାମା ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଥାନ୍ତା ବିଜେଡି । ଏନେଇ ରବିବାର ପ୍ରେସ୍ମିଟ ଜରିଆରେ ସୂଚନା ଦେଇଥିଲା ବିଜେଡି । ଏହି ସୂଚନା ଅନୁସାରେ ମଙ୍ଗଳବାର ଦିନ ସକାଳ ୬ରୁ ଦିନ ୧୨ ଯାଏଁ ଭୁବନେଶ୍ୱରରେ ଆନ୍ଦୋଳନ କରିଥାନ୍ତା ଦଳ । ଏହି ଆନ୍ଦୋଳନରେ ପୁରା ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଥିଲା | ମାତ୍ର ଆଜି ନିଜ ଡାକରାକୁ ପ୍ରତ୍ୟାହାର କରିନେଇଛି ଦଳ।