ଆନ୍ଧ୍ରରେ ୨ ପ୍ରଫେସରଙ୍କ ଦ୍ୱାରା ଓଡିଆ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଓଡ଼ିଶାର ଜଣେ ୨୭ ବର୍ଷୀୟ ବିଏଡ୍ ଛାତ୍ରୀ ଯୌନ ନିର୍ଯାତନା, ଉତ୍ପୀଡ଼ନ ଏବଂ ବ୍ଲାକମେଲ୍ ଅଭିଯୋଗ କରିବା ପରେ ତିରୁପତି ପୋଲିସ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ (NSU)ର ଦୁଇ ଜଣ ସହକାରୀ ପ୍ରଫେସରଙ୍କୁ ଗିରଫ କରାଯାଇଛି।ଅଭିଯୋଗ ଅନୁସାରେ ଡାକ୍ତର ଲକ୍ଷ୍ମଣ କୁମାର ସମ୍ପୃକ୍ତ ଛାତ୍ରୀଙ୍କୁ ମାନସିକ ଭାବରେ ଭୟଭୀତ କରିଥିଲେ ଏବଂ ତାଙ୍କୁ ଯୌନ ଶୋଷଣ କରୁଥିଲେ। ଆଉ ଲୁଚିକି ଏହାର ଭିଡିଓ ବନେଇଥିଲେ ଦ୍ୱିତୀୟ ପ୍ରଫେସର। ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି।

ସେ ଜୁନ୍ ମାସରେ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ ଏବଂ ତାଙ୍କ ପାଠ୍ୟକ୍ରମର ଅଂଶ ଭାବରେ ଲକ୍ଷ୍ମଣ କୁମାରଙ୍କ ସହାୟତାରେ ସ୍ଥାନୀୟ ଭାଷା ସହ ପଢ଼ାପଢ଼ି ଶିଖୁଥିଲେ। ତେବେ ପିଡିତା ବିଶ୍ୱବିଦ୍ୟାଳୟର ପ୍ରିନ୍ସିପାଲ ଜିଏସଆର କୃଷ୍ଣମୂର୍ତ୍ତିଙ୍କ ନିକଟରେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅଭିଯୋଗ କରିଥିଲେ। ମାମଲାର ଗମ୍ଭୀରତାକୁ ବିଚାର କରି ପ୍ରିନ୍ସିପାଲ ଡକ୍ଟର ଲକ୍ଷ୍ମଣ କୁମାରଙ୍କୁ ତୁରନ୍ତ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ।
ଏହା ପରେ, ବିଶ୍ୱବିଦ୍ୟାଳୟ ପ୍ରଶାସନ ତିରୁପତି ପଶ୍ଚିମ ପୋଲିସ ଷ୍ଟେସନକୁ ଜଣାଇଥିଲା। ହେଲେ, ପୋଲିସ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଜଣାଇଥିଲା ଯେ, ଆଇନଗତ ପ୍ରକ୍ରିୟା ଅନୁଯାୟୀ, ପୀଡିତାଙ୍କୁ ସାମ୍ନାକୁ ଆସି ଲିଖିତ ଅଭିଯୋଗ କରିବାକୁ ପଡିବ।

ଅଧିକ ପଢନ୍ତୁ