ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ ଧରଣର ସର୍ଚ୍ଚ ଅପରେସନ। ୫୦ ସିପିଆଇ ମାଓବାଦୀ ଗିରଫ

ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ ଧରଣର ସର୍ଚ୍ଚ ଅପରେସନ। ୫୦ ସିପିଆଇ ମାଓବାଦୀଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ । କ୍ରିଷ୍ଣା, ଏଲୁରୁ, ଏନଟିଆର ବିଜୟୱାଡା, କାକିନାଡ଼ା କୋଣାସୀମାରୁ ଗିରଫ । ସବୁ ମାଓବାଦୀ ଦକ୍ଷିଣ ବସ୍ତର ଓ ଦଣ୍ଡକାରଣ୍ୟ ଡିଭିଜନର ।ସେପଟେ ଦେଶରେ ଟପ୍ ମାଓନେତା ମାଡ୍‌ଭି ହିଡମାର ମୃତ୍ୟୁ ପରେ ଛତିଶଗଡ଼ରେ ଶେଷ ହେବ ଦୀର୍ଘ ଛଅ ଦଶନ୍ଧିର ନକ୍ସଲବାଦ । ମେରଡମାଲ୍ଲି ଏନକାଉଣ୍ଟର ପରେ ଏମିତି କିଛି ଆକଳନ କରିଛି ଛତିଶଗଡ ସରକାର ଓ ବସ୍ତର ପୋଲିସ । ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ହିଡମାର ମୁଣ୍ଡ ଉପରେ ଛତିଶଗଡ଼ ସରକାର ଏକ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ ହିଡମାଙ୍କୁ ଦୀର୍ଘ ବର୍ଷ ଧରି ଖୋଜୁଥିଲା ଆନ୍ଧ୍ର, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ ପରି ଚାରି ରାଜ୍ୟର ପୋଲିସ । ମେରଡମାଲ୍ଲୀ ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଥିବା ବେଳେ ୩୧ ଜଣ ଖସି ପଳାଇଥିବା ଆନ୍ଧ୍ରପ୍ରଦେଶ ADG ସୂଚନା ଦେଇଛନ୍ତି । ହିଡମାଙ୍କ ୩୧ ସହଯୋଗୀ ଆନ୍ଧ୍ର ପ୍ରଦେଶରେ ବିଜଓ୍ୱାଡ଼ା ସହରରେ ଲୁଚି ରହିଥିବା ବେଳେ ଗ୍ରେହାଣ୍ଡ ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।ସେପଟେ ଅସ୍ତ୍ର ଛାଡ଼ି ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ପୂର୍ବତନ ମାଓ କମାଣ୍ଡରଙ୍କ ଅପିଲ । ଗତକାଲି ହିଡ୍ ମାର ମୃତ୍ୟୁ ପରେ ଭିଡିଓ ଜାରି କରିଛି ଭୂପତି । ପରିବର୍ତ୍ତିତ ପରିସ୍ଥିତିରେ ଅସ୍ତ୍ର ଧରି ସଂଗ୍ରାମ କରିବା ସମ୍ଭବ ନୁହେଁ । ଅସ୍ତ୍ର ପାଇଁ ଆମେ ବହୁତ କିଛି ହରାଇଛୁ, ଅନେକ କ୍ଷତି ସହିଛୁ ବୋଲି ଭୂପତି କହିଛନ୍ତି । ଲୋକଙ୍କ ସମସ୍ୟାର ସମାଧାନ ସମ୍ବିଧାନ ଜରିଆରେ ହୋଇପାରିବ । ଏବେ ସମୟ ବଦଳିଛି, ଦେଶ ବଦଳିଛି, ପରିସ୍ଥିତି ବଦଳୁଛି । ତେଣୁ ଅସ୍ତ୍ର ଛାଡ଼ି ଲୋକଙ୍କ ପାଖକୁ ଯିବାକୁ ପଡ଼ିବ ବୋଲି କହିଛନ୍ତି ଭୂପତି ।

ଅଧିକ ପଢନ୍ତୁ

Odisha Darpan Digital