ଡ୍ରିମ୍ ୧୧ ପରେ ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍ । ଏଣିକି ଟିମ୍ ଇଣ୍ଡିଆର ଜର୍ସିରେ ଆପୋଲୋ ଟାୟାର୍ସ ଲେଖାଥିବା ଦେଖିବାକୁ ମିଳିବ । ତେବେ ଡ୍ରିମ୍ ୧୧ ପରେ ଭାରତୀୟ କ୍ରିକେଟ୍ ଦଳର ଜର୍ସି ସ୍ପନସର କିଏ ହେବ ସେ ନେଇ ସସପେନ୍ସ ଲାଗି ରହିଥିଲା । ଆଉ ଶେଷରେ ଆପୋଲୋ ଟାୟାର୍ସ ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍ ଦଳର ନୂତନ ଜର୍ସି ସ୍ପନସର ହୋଇଛି । ପ୍ରତ୍ୟେକ ମ୍ୟାଚ୍ ପାଇଁ ବିସିସିଆଇକୁ ୪.୫ କୋଟି ଟଙ୍କା ଦେବ, ଯାହା ପୂର୍ବ ପ୍ରାୟୋଜକ ଡ୍ରିମ ୧୧ ଦ୍ୱାରା ଦିଆଯାଉଥିବା ୪ କୋଟି ଟଙ୍କାଠାରୁ ଅଧିକ । ଏହି ନୂଆ ଡିଲ୍ ୨୦୨୭ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ସୀମା ମଧ୍ୟରେ ଭାରତ ପାଖାପାଖି ୧୩୦ଟି ମ୍ୟାଚ୍ ଖେଳିବ ।ଟିମ୍ ଇଣ୍ଡିଆ ଏବେ ଦୁବାଇରେ ଏସିଆ କପ୍ ଖେଳୁଛି । ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ବିନା ଜର୍ସିରେ ଖେଳିବ । କିନ୍ତୁ ଟୁର୍ଣ୍ଣାମେଣ୍ଟ ସରିବା ପରେ ଆପୋଲୋ ଟାୟାର୍ସ ଟିମ ଜର୍ସିରେ ନଜର ଆସିବ ।
