ଆପ୍‌ର ସାହାରା ନେଇ ସର୍ବସ୍ୱ ଲୁଟିନେଉଥିବା ୯ ସାଇବର ଠକ ଗିରଫ

ପୋଲିସ ହାତରେ ବଡ଼ ସାଇବର ଠକେଇ ଗ୍ୟାଙ୍ଗ୍‌ । ଓଡ଼ିଶା-ଛତିଶଗଡ଼ରୁ ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କଲା ପୋଲିସ । ତାଙ୍କଠାରୁ ୩୧ଟି ମୋବାଇଲ, ୫ଟି ଲାପଟପ୍‌, ୭୮ଟି ବ୍ୟାଙ୍କ ATM କାର୍ଡ ଜବତ କରାଯାଇଛି । ଏଥିସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୧ କୋଟି ୪୧ ଲକ୍ଷ ଟଙ୍କା ଫ୍ରିଜ୍‌ କରାଯାଇଛି ।ଭାରତୀୟ ହୋଇ ବିଦେଶରେ ଯାଇ ଲୁଚି ରହୁଛନ୍ତି । ବିଦେଶରେ ରହି ଭାରତ ସମେତ ପାକିସ୍ତାନ, ବାଂଲାଦେଶ, ନେପାଳ ଭଳି ଅନେକ ଦେଶକୁ ଟାର୍ଗେଟ କରୁଛନ୍ତି । ଏମିତି ଏକ ବଡ଼ ଅପରାଧି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ରାଉରକେଲା ପୋଲିସ । ମାଷ୍ଟର ମାଇଣ୍ଡ କିଶନ ଅଗ୍ରୱାଲକୁ ପୋଲିସ ରାୟପୁରରୁ ଗିରଫ କରିଛି । ଫେକ୍ ଆପ୍‌ର ସାହାରା ନେଇ ଲୋକଙ୍କୁ ପ୍ରଲୋଭନ ଦେଖାଯାଉଛି ।

ଟଙ୍କା କମ୍ ଦିନରେ ଦୁଇଗୁଣରୁ ତିନିଗୁଣ ହୋଇଯିବା ନେଇ ଲୋଭ ଦେଖାଇ ସର୍ବସ୍ବ ଲୁଟି ନେଉଥିଲେ ଏହି ଠକ ଗ୍ୟାଙ୍ଗ । ଲୋଭରେ ପଡ଼ି ଲୋକେ ଆପ୍‌ରେ ଟଙ୍କା ଲଗାଇ ନିଜର ସର୍ବସ୍ବ ହରାଉଛନ୍ତି ।ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ସ୍ଥାନରେ ପ୍ରାୟ ୨୭ଟି ମାମଲା ରହିଛି । ଏନେଇ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ପକ୍ଷରୁ ସୂଚନା ମିଳିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।ମୁଖ୍ୟ ମାଷ୍ଟର ମାଇଣ୍ଡର ଆଉ ଜଣେ ସହଯୋଗୀ ଏବେ ୟୁଏଇରେ ରହିଥିବା ପୋଲିସ କହିଛି । ରାଉରକେଲା ରଘୁନାଥପାଲି ପୋଲିସ ଥାନା ଅନ୍ତର୍ଗତ ସିଭିଲ ଟାଉନସିପ୍ ଅଞ୍ଚଳରେ ଦୁଇଟି ଅଫିସ କରି ଏମାନେ ଏପରି ଭାବେ ଲୁଟତରାଜ ଚଳାଇଥିଲେ । ତେବେ ଅନ୍ୟ ଅପରାଧିଙ୍କୁ ଧରିବାକୁ ପୋଲିସ ଟିମ୍ ଗଠନ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ଅଧିକ ପଢନ୍ତୁ

kc ads