ଆବାସିକ ସ୍କୁଲର ୨ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

କନ୍ଧମାଳରେ ପୁଣି ଲଜ୍ୟା।ପିଛା ଛାଡ଼ୁନି ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା। ତୁମୁଡିବନ୍ଧ ବ୍ଳକ ଅଞ୍ଚଳର ଏକ ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି।

ଏହି ଘଟଣା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ କୋଟଗଡ଼ ଓ ବେଲଘର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରିଛନ୍ତି। ସୂଚନା ଅନୁସାରେ, ଗ୍ରୀଷ୍ମ ଅବକାଶ ପରେ ଛାତ୍ରୀମାନେ ବିଦ୍ୟାଳୟକୁ ଫେରିଥିବା ବେଳେ ମାସିକ ଋତୁସ୍ରାବ ତଦାରଖ ସମୟରେ ଦୁଇ ଜଣ ଛାତ୍ରୀ ଗର୍ଭବତୀ ଥିବା ଚିହ୍ନଟ ହୋଇଥିଲା। ୨ ଛାତ୍ରୀ ଗର୍ଭବତୀ ନେଇ ଥାନାରେ ଜଣାଇଲେ ହଷ୍ଟେଲ କର୍ତ୍ତୃପକ୍ଷ । କୋଟଗଡ ଓ ବେଲଘର ଥାନାରେ ୨ଟି ପୃଥକ ଖବର ଏତଲା ହୋଇଛି । ଅନ୍ୟପଟେ ଉଭୟଙ୍କ ପରିବା ଲୋକେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।ବେଲଘର ପୋଲିସ ଏକ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ, କୋଟଗଡ଼ ପୋଲିସ ମଧ୍ୟ ସଂପୃକ୍ତ ଯୁବକକୁ ଚିହ୍ନଟ କରିଥିବା ସୂଚନା ମିଳିଛି। ତଦନ୍ତ ଜାରି ରହିଛି।ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ, ନାବାଳିକା ଛାତ୍ରୀଙ୍କ ସୁରକ୍ଷା ଓ ଶିକ୍ଷା ପ୍ରତିଷ୍ଠାନରେ ନିରାପତ୍ତା ଉପରେ ପ୍ରଶ୍ନ ଉଠିଛି।

ଅଧିକ ପଢନ୍ତୁ

Odisha Darpan Digital