ଆମାଜନରୁ ମାଗାଇଥିବା ଅର୍ଡର ଭିତରୁ ବାହାରିଲା ସାପ

ଅନଲାଇନ୍ ସପିଂ ଆପ୍ ଆମାଜନରୁ କିଛି କିଣୁଛନ୍ତି ତେବେ ସାବଧାନ ରୁହନ୍ତୁ। ବିଶେଷକରି ପ୍ୟାକେଟ୍ ଖୋଲିବା ସମୟରେ, ନଚେତ୍ ଆପଣଙ୍କ ଜୀବନ ବିପଦରେ ପଡିପାରେ । ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବେଙ୍ଗାଲୁରୁରେ ଏମିତି ଏକ ଘଟଣା ଘଟିଛି, ଯାହାକୁ ନେଇ ଯେକେହି ବି ଭୟଭୀତ ହୋଇପଡ଼ିବେ। କାରଣ ଏଠାକାର ତାନଭୀ ନାମ୍ନୀ ଜଣେ ମହିଳା ଅନଲାଇନ ଶପିଂ ସାଇଟ୍‌‌ ଆମାଜନରୁ ଏକ ଏକ୍ସବକ୍ସ କଣ୍ଟ୍ରୋଲର (ଅନଲାଇନ ଗେମିଂ ଉତ୍ପାଦ) ଅର୍ଡର କରିଥିଲେ। ୨/୩ ଦିନ ପରେ ତାଙ୍କ ଘରେ ଡେଲିଭରି ବଏ ପାର୍ସଲ ଦେଇଥିଲେ। ପାର୍ସଲଟି ପାଇବା ପରେ ମହିଳା ଜଣକ ବେଶ୍‌‌ ଖୁସି ହୋଇଥିଲେ। କିନ୍ତୁ ତାହାକୁ ଯେତେବେଳେ ଖୋଲିଲେ ତାଙ୍କ ଖୁସି ଭୟରେ ବଦଳି ଯାଇଥିଲା। କାରଣ ପାର୍ସଲ ଖୋଲୁ ଖୋଲୁ ସେଥିରୁ ବାହାରିଥିଲା ଏକ ନାଗ ସାପ। ଯାହାକୁ ଦେଖି ମହିଳା ଜଣକ ଭୟଭୀତ ହୋଇପଡ଼ିଥିଲେ।

ତେବେ ସାପଟି ପାର୍ସଲ ପେଟିରେ ଲଗାଯାଇଥିବା ଅଠାରେ ଲାଗି ରହିଥିବାରୁ ମହିଳାଙ୍କର କିଛି କ୍ଷତି କରିପାରି ନ ଥିଲା। ପ୍ରଥମେ ସେ ନିଜକୁ ନିୟନ୍ତ୍ରଣ କଲେ, କୌଣସି ପ୍ରକାରେ ବକ୍ସକୁ ବନ୍ଦ କରି କମ୍ପାନୀକୁ ଅଭିଯୋଗ କରିଥିଲେ। କମ୍ପାନୀ ଲୋକମାନେ ଏହି ବିଷୟରେ ଜାଣି ଭିଡିଓ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଅଭିଯୋଗର ଉତ୍ତର ମଧ୍ୟ ଦେଇଛନ୍ତି।ଦମ୍ପତି କହିଛନ୍ତି ଯେ ସେମାନେ ସୋସିଆଲ ମିଡିଆ ଆକାଉଣ୍ଟରେ ସମ୍ପୂର୍ଣ୍ଣ ବିବରଣୀ ସହିତ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓ ସହିତ ଏକ ଲିଖିତ ଅଭିଯୋଗ ମଧ୍ୟରେ କମ୍ପାନୀ ଅଧିକାରୀଙ୍କୁ ଇମେଲ କରାଯାଇଥିଲା। ଏହା ପରେ କମ୍ପାନୀ ତାଙ୍କ ପୋଷ୍ଟରେ ଜବାବ ଦେଇଥିଲା ଯେ ଆମାଜନରୁ ପ୍ରାପ୍ତ ଅର୍ଡର ବିଷୟରେ ଆପଣ ସମ୍ମୁଖୀନ ହୋଇଥିବା ଅସୁବିଧା ବିଷୟରେ ଜାଣି ଦୁଃଖିତ ।କମ୍ପାନୀ ଏହାର ତଦନ୍ତ କରିବ।

ଅଧିକ ପଢନ୍ତୁ

Odisha Darpan Digital