ଆମେରିକା ଯିବେ ଓଡ଼ିଶା ବ୍ରହ୍ମପୁରର ଛାତ୍ର

ଆମେରିକା ଯିବେ ଓଡ଼ିଶା ବ୍ରହ୍ମପୁରର ଛାତ୍ର । ଯାହାକି କେବଳ ବ୍ରହ୍ମପୁର ନୁହେଁ ବରଂ ସାରା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ । ଯୁକ୍ତରାଷ୍ଟ୍ର ଆମେରିକାର ଡ଼ଲାସ୍‌ ଠାରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଜୁନିକର୍ଣ୍ଣ ସମ୍ମିଳନୀରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବ୍ରହ୍ମପୁରର ତିନି ବିଦ୍ୟାର୍ଥୀ । ରେଶମ ସହରର ସରକାରୀ ମେଡ଼ିକାଲ କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟର ତିନି ଜଣ ଛାତ୍ର ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସୃଜନଶୀଳତାକୁ ବ୍ୟବହାର କରି ପ୍ରସ୍ତୁତ କରିଥିବା ଦୁଇ ପ୍ରକଳ୍ପକୁ ନେଇ ଏହି ଯାତ୍ରା କରିବେ । ରାଜ୍ୟରୁ ମୋଟ ୮ ଜଣ ବିଦ୍ୟାର୍ଥୀ ଏଥିପାଇଁ ମନୋନୀତ ହୋଇଛନ୍ତି ।ଆସନ୍ତା ୨୬ ତାରିଖରେ ଏହି ସମ୍ମିଳନୀ ଆରମ୍ଭ ହେବାକୁ ଥିବା ବେଳେ ବ୍ରହ୍ମପୁରରୁ ୨୪ ତାରିଖରୁ ବାହାରିବେ ଏହି ତିନି ଛାତ୍ର ।ବ୍ରହ୍ମପୁରର ନବମ ଶ୍ରେଣୀ ଛାତ୍ର ପି.ଆଦିତ୍ୟ ଦାଶ, ଦଶମ ଶ୍ରେଣୀର ଛାତ୍ର ସୌମ୍ୟ ସୌରଭ ଗୌଡ଼ ମସଲା ଜିପିଟି ପ୍ରକଳ୍ପ ପ୍ରସ୍ତୁତ କରି ଚୟନ ହୋଇଥିବା ବେଳେ ଦଶମ ଶ୍ରେଣୀର ଛାତ୍ର ଶ୍ରୀଧର ଜେନା ଇଥାନଲ ପ୍ରଡ଼ୋକ୍ସନ ରୁରାଲ ପୁଲ ନାମକ ପ୍ରକଳ୍ପକୁ ପ୍ରସ୍ତୁତ କରି ଆମେରିକା ଯିବାକୁ ମନୋନୀତ ହୋଇଛନ୍ତି । ଏହି ଦୁଇଟି ପ୍ରକଳ୍ପକୁ ପ୍ରଦର୍ଶନ କରିବା ନିମନ୍ତେ ପ୍ରଥମ ଥର ପାଇଁ ବ୍ରହ୍ମପୁରରୁ ତିନି ଛାତ୍ର ଆମେରିକା ଯାଉଥିବା ଯୋଗୁଁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ପରିବାରଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଅଧିକ ପଢନ୍ତୁ

kc ads