ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ ସିଲିଣ୍ଡର, ମହିଳା ଗୁରୁତର

ନବଜାତ ଯାଆଁଳା ଶିଶୁ କନ୍ୟାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର ସମୟରେ ଶୁକ୍ରବାର ସକାଳେ ଏକ ଅଘଟଣ ଘଟିଛି।ପ୍ରସୂତୀଙ୍କୁ ନେବା ବେଳେ ଫାଟିଲା ଅକ୍ସିଜେନ୍‌ ସିଲିଣ୍ଡର। ଏମସିଏଚ ପରିସରରେ ଆମ୍ବୁଲାନ୍ସରେ ଅକ୍ସିଜେନ୍‌ ସିଲିଣ୍ଡର ବିସ୍ଫୋରଣ। ୨ ଯାଆଁଳା ଶିଶୁ ସହ ମା’ ସୁରକ୍ଷିତ ଥିବା ବେଳେ ୨ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ନିଆଁ ଲିଭାଇବାକୁ ଉଦ୍ୟମ ବେଳେ କିଛି ଲୋକଙ୍କ ହାତ ଜଳିଯାଇଛି। ମାଆ ଓ ଯାଆଁଳା ଶିଶୁକନ୍ୟା ସୁରକ୍ଷିତ ଥିବାବେଳେ ଜେଜେମାଆ ଦୁତୀୟ ଭୋଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଟିଟିଲାଗଡ଼ ପୋଲିସ ।

ଅଧିକ ପଢନ୍ତୁ

kc ads