‘ଆମ ବସ ’ ଧକ୍କାରେ ୩ ଯୁବତୀ ମୃତ। ପିପିଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା। ୩ ଜଣ ଯୁବତୀ ସ୍କୁଟିରେ ପୁରୀ ଯାଉଥିଲେ। ଏହି ସମୟରେ ପିପିଲି ଓଭରବ୍ରିଜ ନିକଟରେ ଆମ ବସ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି। ସୂଚନାମୁତାବକ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଆଉ ଏକ ସ୍କୁଟି ସାଇଡ ମାରିବାରୁ ତଳେ ପଡି ଯାଇଥିଲେ ୩ ଯୁବତୀ । ତଳେ ପଡିଯାଇଥିବା ୩ ଯୁବତୀଙ୍କ ଉପରେ ଚଢିଗଲା ଆମ ବସ । ମୃତକମାନେ ଭୁବନେଶ୍ୱର ଓ କେନ୍ଦ୍ରପଡାର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି ।
