ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟ, ନଯାଗଡ଼ରେ ଆଇନ ସଚେତନତା


ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ଅନୁମତି କ୍ରମେ, ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ବିଦ୍ୟାଳୟ ଅଧ୍ୟକ୍ଷ  ଭବେଶ କୁମାର ନାୟକ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଡ଼କ ସୁରକ୍ଷା ଏବଂ ତଦ ଜନିତ ଆଇନ, ପରିବର୍ତ୍ତିତ କ୍ଷତିପୂରଣ ଧାରା ଏବଂ ବିଭିନ୍ନ ପ୍ରକାରର ଶ୍ରମ ଏବଂ ଶ୍ରମିକ ସମସ୍ୟା ଉପରେ ଶିକ୍ଷାନବୀଶ ମାନଙ୍କୁ ସଚେତନତା କରାଯାଇଥିଲା । ବରିଷ୍ଠ ବର୍ଗ ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ବିଶେଷ କୁମାର ସାହୁ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ବିଶ୍ଳେଷଣ କରିଥିଲେ । ବିଚାରପତି  ରାକେଶ କୁମାର ସାହୁ
ସଡ଼କ ସୁରକ୍ଷା ଅବଂ କ୍ଷତି ପୂରଣ ବ୍ୟବସ୍ଥାକୁ ବିଶଦ ତର୍ଜମା କରିଥିଲେ । ସମଗ୍ର ରାଜ୍ୟରୁ ପ୍ରଶିକ୍ଷଣ ନେଉଥିବା ୪୪୬ ଛାତ୍ର ଛାତ୍ରୀଙ୍କ ସହିତ ପ୍ରଶିକ୍ଷକମାନେ ଉପସ୍ଥିତ ଥିଲେ । ଶିକ୍ଷାନବିଶମାନେ ପ୍ରଶ୍ନ ଉତ୍ତର ମାଧ୍ୟମରେ ନିଜର ସନ୍ଦେହ ଦୂରକରିଥିଲେ ।  ପ୍ରଶାନ୍ତ କୁମାର ପଟ୍ଟନାୟକ,  ଅମିୟ କୁମାର ପଟ୍ଟନାୟକ ଏବଂ ମହମ୍ମଦ ଓମର ମାଲିକ ନିଜନିଜର ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ  ଗଦାଧର ବିଶ୍ବାଳ, ରାଜେଶ କୁମାର ବାରିକ ଏବଂ ଗ୍ରାମୀଣ ଆଇନ ସହାୟତା କର୍ମୀ  ଲିପ୍ସା ଦାଶ ଏବଂ ପ୍ରମୋଦ କୁମାର ମହାନ୍ତି କାର୍ଯକ୍ରମ ପରିଚାଳନାରେ ସହାୟତା କରିଥିଲେ । ପ୍ରଶିକ୍ଷଣ ବିଦ୍ୟାଳୟସ୍ଥ ସ୍ବାସ୍ଥ୍ୟ ମୁଖ୍ୟ ଡଃ ଅଜିତ ନାଥ ବକ୍ତବ୍ୟ ମଧ୍ୟରେ ମାନବ ସେବା ଶ୍ରେଷ୍ଠ ବୋଲି ମତ ପ୍ରଦାନ କରିଥିଲେ । ଡି.ଏସ.ପି.  ରଜନୀକାନ୍ତ
ମଲ୍ଲିକ ଏହିପରି ଏକ ସଚେତନତା କାର୍ଯ୍ୟକ୍ରମ ଶିକ୍ଷାନବିଶଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ମତପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ଅଧିକ ପଢନ୍ତୁ

kc ads