ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ବାରବାଟି ଷ୍ଟାଡିୟମ୍‌ ପରିସରର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

ଆସନ୍ତା 9 ତାରିଖରେ ବାରବାଟି ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ T20 ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଷ୍ଟାଡିୟମ୍‌ ପରିସରରେ ସମଗ୍ର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଷ୍ଟାଡିୟମ ପରିସରରେ ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା, ଜନ ଗହଳି ନିୟନ୍ତ୍ରଣର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହାସହ ଷ୍ଟାଡିୟମ ପରିସରରେ ଖେଳାଳି ଏବଂ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି । ଏହା ସହ ପାର୍କିଂ ଓ ଟ୍ରାଫିକ୍‌ର ସୁପରିଚାଳନା, ପ୍ରବେଶ ଓ ପ୍ରସ୍ଥାନ ପଥରେ କଡା କଡ଼ି ଚେକିଂ, CCTV surveillance, anti-sabotage ଦ୍ଵାରା ଯାଞ୍ଚ, ପୁଲିସ ବ୍ୟବସ୍ଥା, ଖେଳାଳିଙ୍କ ଆଗମନ ଓ ପ୍ରସ୍ଥାନ ସମୟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।

ଅଧିକ ପଢନ୍ତୁ