ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ

ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ। ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଛି। ବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଓ ବିଧାୟକମାନେ ସାମିଲ ହୋଇଥିଲେ। ଜାତୀୟ ସଙ୍ଗୀତ ଗାନରୁ ଅଧିବେଶନ ଆରମ୍ଭ ହୋଇଇଛି। ଗୃହ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦିବଙ୍ଗତ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ସମୀର ଦେ, ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ, ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ, ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା ଏବଂ ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ସରକାରଙ୍କୁ ଆକ୍ରମଣ କରିବାକୁ ମାଳମାଳ ପ୍ରସଙ୍ଗ ଧରି ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।

ସରକାରଙ୍କ ଅବହେଳ ଓ ରାଜ୍ୟସ୍ୱାର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଅଡୁଆରେ ପକାଇବାକୁ ବିଧାୟକ ଦଳ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିରୋଧୀ । ଆମ୍ୱଟାକୁଆ ଜାଉ ଖାଇ ୩ ଜଣଙ୍କ ମୃତ୍ୟୁ, ଆଦାନୀର ଜମି ଅଧିଗ୍ରହଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରିବ ବିଜେଡି । ଏହାବତ୍ୟତୀ ମଙ୍ଗଳବାର ସନ୍ଧ୍ୟାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌ ଆଗତ ହେବ। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଏହାକୁ ଉପସ୍ଥାପନ କରିବେ।

ଅଧିକ ପଢନ୍ତୁ