ଆରମ୍ଭ ହେଲା ମୁମ୍ବାଇ-ଝାରସୁଗୁଡ଼ା ବିମାନ ସେବା ।

ଦୀର୍ଘ ପ୍ରୀତକ୍ଷାର ଅନ୍ତ। ଆରମ୍ଭ ହେଲା ମୁମ୍ବାଇ-ଝାରସୁଗୁଡ଼ା ବିମାନ ସେବା । ଆଜି ମୁମ୍ବାଇ ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟା ୫୫ରେ ବିମାନ ଉଡ଼ାଣ ଭରି ଝାରସୁଗୁଡ଼ାରେ ଅପରାହ୍ନ ଗୋଟାଏରେ ପହଞ୍ଚିଛି । ପରେ ଏହି ବିମାନ ଝାରସୁଗୁଡ଼ାରୁ ଦିନ ୨ଟାରେ ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୪ଟା ୧୫ରେ ମୁମ୍ବାଇରେ ପହଞ୍ଚିବ । ଇଣ୍ଡିଗୋର ଏୟାର ବସ୍-୩୨୦ ବିମାନ ଏହି ରୁଟରେ ଚଳାଚଳ କରିବ। ବିମାନସେବାକୁ ନେଇ ସମର ସିଡ୍ୟୁଲ୍ ପ୍ରକାଶ ପାଇ ନ ଥିବା ବେଳେ ଆଗକୁ ସମୟ ସାରଣୀରେ ପରିବର୍ତ୍ତନ ସମ୍ଭାବନା ରହିଛି।

ଏଲାୟନ୍ସ ଏୟାର ପକ୍ଷରୁ ଭୁବନେଶ୍ୱର- ଝାରସୁଗୁଡ଼ା ମଧ୍ୟରେ ବିମାନ ସେବା ସପ୍ତାହକୁ ତିନି ଦିନ ଜାରି ରହିଛି । ଝାରସୁଗୁଡ଼ା–ମୁମ୍ବାଇ ସେକ୍ଟରରେ ବିମାନ ଚଳାଚଳକୁ ନେଇ ଯାତ୍ରୀଙ୍କ ଉତ୍ସୁକତା ବୃଦ୍ଧି ପାଇଛି । ସେହିପରି ଝାରସୁଗୁଡାରୁ ମୁମ୍ବାଇକୁ ବିମାନ ଚଳାଚଳ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପ, ପର୍ଯ୍ୟଟନ, ବ୍ୟାପାର ପରି ସମସ୍ତ କ୍ଷେତ୍ରରେ ଆଉ ଏକ ପାଦ ଝାରସୁଗୁଡା ଆଗେଇବବୋଲି ବିମାନ ବନ୍ଦର କର୍ତ୍ୟୁପକ୍ଷ ଏବଂ ଝାରସୁଗୁଡା ବିଧାୟକ କହିଛନ୍ତି ।

ଅଧିକ ପଢନ୍ତୁ