ଆରମ୍ଭ ହେଲା ଯୁଦ୍ଧ: ଇରାନ ଉପରେ ଆକ୍ରମଣ କଲା ଇସ୍ରାଏଲ

ଇସ୍ରାଏଲ ଇରାନ ଉପରେ ପ୍ରଚଣ୍ଡ ହମ୍‌ଲା । ଇସ୍ରାଏଲ ଇରାନ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛି । ଏନେଇ ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ । ଆଇଡିଏଫ୍ ଲୋକଙ୍କୁ ଘର ଭିତରେ ରହିବାକୁ ନିବେଦନ କରିଛି । ସେପଟେ ଇସ୍ରାଏଲୀ ଆକ୍ରମଣ ପରେ ସାଇରନ୍ ବାଜିବା ଆରମ୍ଭ ହୋଇଛି । ଏହି ଆକ୍ରମଣ ପରେ ଇସ୍ରାଏଲ ଉପରେ ମଧ୍ୟ ପ୍ରତିଶୋଧ ମୂଳକ ଆକ୍ରମଣର ଆଶଙ୍କା ରହିଛି ।ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଇସ୍ରାଏଲୀ ବାୟୁସେନା ଇରାନରେ ଅନେକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନର ରାଜଧାନୀ ତେହେରାନରେ ଏକାଧିକ ବିସ୍ଫୋରଣ ଶୁଣାଯାଇଥିଲା, ଯାହାକୁ ଇରାନୀ ଟିଭି ଚ୍ୟାନେଲ ସହିତ ଜଡିତ ସୂତ୍ର ମଧ୍ୟ ନିଶ୍ଚିତ କରିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ, ଇସ୍ରାଏଲ ଡଜନ ଡଜନ ସାମରିକ ପ୍ରତିଷ୍ଠାନ ଏବଂ କିଛି ସମ୍ବେଦନଶୀଳ ସ୍ଥାନକୁ ଟାର୍ଗେଟ କରିଛି ।

ଅଧିକ ପଢନ୍ତୁ