ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପୋପ୍ ଫ୍ରାନ୍ସିସ୍ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି: “ପବିତ୍ର ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ଏହି ଦୁଃଖ ସମୟରେ ବିଶ୍ୱ କ୍ୟାଥୋଲିକ୍ ସମ୍ପ୍ରଦାୟ ପ୍ରତି ମୋର ସମବେଦନା। ପୋପ୍ ଫ୍ରାନ୍ସିସ୍ ସର୍ବଦା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା କରୁଣା, ନମ୍ରତା ଏବଂ ଆଧ୍ୟାତ୍ମିକ ସାହସର ପ୍ରତୀକ ଭାବରେ ମନେ ରହିବେ।” ତେବେ ଭାଟିକାନ୍ ସିଟିରେ ପୋପ୍ ଫ୍ରାନ୍ସିସ୍ଙ୍କ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହିଥିଲେ । ମୃତ୍ୟୁ ବେଳକୁ ପୋପ୍ଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ନିକଟରେ ପୋପ୍ ଫ୍ରାନ୍ସିସ୍ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କର ଉଭୟ ଫୁସଫୁସ୍ ସଂକ୍ରମିତ ମଧ୍ୟ ହୋଇଥିଲା । ନିମୋନିଆରେ ସଂକ୍ରମିତ ହୋଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା ।
