ଆଳୁ ଚିପ୍ସରୁ ବାହାରିଲା ଛଣା ବେଙ୍ଗ

ମୁମ୍ବାଇର ମଲାଦରେ ଆଇସକ୍ରିମରେ କଟା ଆଙ୍ଗୁଳି ତା’ପରେ ବିଛା ବାହାରିବା ଘଟଣାର ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଏହି କ୍ରମରେ ଦେଖିବାକୁ ଗଲେ ଏପରି ଏକ ଘଟଣା ଗୁଜୁରାଟର ଜାମନଗରରୁ ସାମ୍ନାକୁ ଆସିଛି।ଜାମନଗର ସହର ଅନ୍ତର୍ଗତ ପୁଷ୍କରଧାମ ଅଞ୍ଚଳରେ ରହୁଥିବା ଜସ୍ମିତ ପଟେଲ ନାମକ ଜଣେ ବ୍ୟକ୍ତି କିଣିଥିବା ଏକ ଆଳୁ ଚିପ୍ସ ପ୍ୟାକେଟ୍‌ରୁ ମଲା ବେଙ୍ଗ ବାହାରିବା ଚର୍ଚ୍ଚାର ବିଷୟ ପାଲଟିଛି। ଜସ୍ମିତ ମଙ୍ଗଳବାର ରାତିରେ ଦୋକାନରୁ ଏକ ଆଳୁ ଚିପ୍ସ ପ୍ୟାକେଟ୍‌ କିଣିଥିଲେ। ମଙ୍ଗଳବାର ରାତିରେ ସେ ତାହାକୁ ଅଧା ଖାଇ ଥୋଇ ଦେଇଥିଲେ। ବୁଧବାର ସକାଳେ ଜସ୍ମିତଙ୍କ ଝିଅ ସେହି ପ୍ୟାକେଟ୍‌କୁ ଖୋଲିବା ପରେ ସେଥିରେ ଏକ ମଲା ବେଙ୍ଗ ଥିବା ଦେଖିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ଭୟଭୀତ ହୋଇ ତୁରନ୍ତ ଜାମନଗର ମହାନଗର ନିଗମ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଥିଲେ।ସୂଚନାଯୋଗ୍ୟ, ବାଲାଜୀ ୱେଫର୍ସ ଚିପ୍ସର ଏକ ପ୍ୟାକେଟରେ ମୃତ ବେଙ୍ଗ ମିଳିବା ପରେ ଉତ୍ତେଜନା ଦେଖା ଦେଇଛି। ଜାମନଗର ବାସିନ୍ଦା ୟାସ୍ମିନ୍ ପଟେଲ କହିଛନ୍ତି, ‘ ମୋ ଝିଅ ଦୋକାନରୁ ବାଲାଜୀ ୱେଫର୍ସର ଏକ ପ୍ୟାକେଟ୍ ନେଇ ଘରକୁ ଆସିଥିଲା। ଘରେ ପ୍ୟାକେଟ ଖୋଲି ଖାଉଥିବା ବେଳେ ସେଥିରୁ ଏକ ମୃତ ବେଙ୍ଗ ବାହାରିଥିଲା। ଆଶ୍ଚର୍ଯ୍ୟର କଥା ବେଙ୍ଗକୁ ଉକ୍ତ ଚିପ୍ସ ସହିତ ଛାଣି ଦିଆଯାଇଥିବା ଦେଖିବାକୁ ମିଳିଥିଲା।

ପ୍ରଥମେ ଏହି ଘଟଣାକୁ ନେଇ ସ୍ଥାନୀୟ ଦୋକାନୀ ଓ ଏଜେନ୍ସି ମାଲିକଙ୍କୁ ଅଭିଯୋଗ କରିଥିଲି। ଉଭୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନମିଳିବା ପରେ କମ୍ପାନିର କଷ୍ଟମର କେୟାରକୁ ଫୋନ କରିଥିଲେ।ଅନେକଥର କଲ କରିବା ପରେ କଷ୍ଟମର କେୟାର କର୍ମଚାରୀ ଫୋନ ଉଠାଇଥିଲେ। ମୁଁ ତାଙ୍କୁ ଘଟଣା ବିଷୟରେ କହିବାରୁ ସେ ଚିପ୍ସରୁ ବେଙ୍ଗ ବାହାରିବା ଘଟଣାକୁ ସ୍ବୀକାର ନକରି କହିଥିଲେ ଯାହା କରିବାର ଅଛି କରିନିଅ, ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କର।’ ତେବେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଜସ୍ମିତଙ୍କ ଘରେ ପହଞ୍ଚି ଚିପ୍ସ ପ୍ୟାକେଟ୍‌କୁ ଜବତ କରି ପରୀକ୍ଷା ପାଇଁ ପଠାଇଥିଲେ। ଏଥିସହ ସେହି ବ୍ୟାଚ୍‌ର ସମସ୍ତ ଚିପ୍ସକୁ ବିଭିନ୍ନ ଦୋକାନରୁ ଜବତ କରି ପରୀକ୍ଷା ପଠାଯାଇଛି। ଖାଦ୍ୟଦ୍ରବ୍ୟ ପ୍ରସ୍ତୁତକାରୀ କମ୍ପାନୀଙ୍କ ଏପରି ଦାୟିତ୍ବହୀନତା ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇବ ବୋଲି ଆଲୋଚନା ହେଉଛି।

ଅଧିକ ପଢନ୍ତୁ

kc ads