ଆଳୁ ଦର ଆଗକୁ ଆହୁରି କମିବ । ଜାଣିଶୁଣି ମନୁଷ୍ୟକୃତ ଅଭାବ ତିଆରି କରାଯାଇଛି ।

ରାଜ୍ୟରେ ସ୍ବାଭାବିକ ଅଛି ଆଳୁଦର । ଆଗକୁ ଆହୁରି କମିବ । ଜାଣିଶୁଣି ମନୁଷ୍ୟକୃତ ଅଭାବ ତିଆରି କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଆଳୁ ଦେବୁ ନାହିଁ । ଏବେ ପୁଣି ଦେବାକୁ ରାଜି ହେଲେ କାହିଁକି,ଏସବୁ ରାଜନିନୀତି ହେଉଛି । ମାର୍କେଟରେ ଆଳୁର ପରିମାଣ କମିଲେ ଦର ବଢ଼େ । ଏବେ ତ ସ୍ୱାଭାବିକ ଅଛି ଆଗକ ଆହୁରି କମିବ । ଏହା କହିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଗତ ୨ ଦିନ ତଳେ ପଶ୍ଚିମବଙ୍ଗରେ ଆନ୍ଦୋଳନର କରିଥିଲେ ଆଳୁ ବ୍ୟବସାୟୀ । ତେବେ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ବ୍ୟବସାୟୀ । ଶୀତଳ ଭଣ୍ଡାରରୁ ପୂର୍ବପରି ଆଳୁ ବାହାରକୁ ଆସିବ ବୋଲି ସମ୍ଭାବନା କରାଯାଉଛି। ହୋଲସେଲ୍‌ ଓ ରିଟେଲ ମାର୍କେଟକୁ ଆଳୁ ପଠାଯିବ। ଯେପରି ଆଳୁ ଅନ୍ୟ ସ୍ଥାନକୁ ଯାଉଥିଲା ତାହା ପୂର୍ବପରି ଚାଲିବ ବୋଲି ଜଣାପଡ଼ିଛି। ଯାହାଦ୍ୱାରା ଓଡ଼ିଶା ପରି ରାଜ୍ୟରେ ଦେଖାଦେଇଥିବାଆଳୁ ସଙ୍କଟ ଦୂର ହେବ ବୋଲି ଆଶଙ୍କା କରାଯାଉଛି ।

ଅଧିକ ପଢନ୍ତୁ