ଆଳୁ ନେଇ ମମତାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ପ୍ରଥମେ ଆଳୁ ଗାଡ଼ି ଛାଡ଼ିଲେନି, ପରେ ଆଳୁ ଟ୍ରକ୍‌ ଜଗିବାକୁ ସିସିଟିଭି ଲଗାଇଲେ। ଓଡ଼ିଶା ସୀମା ନୀଳଦା ଗାଁର ରାସ୍ତା ପାର୍ଶ୍ୱରେ ପଶ୍ଚିମବଙ୍ଗ ପୋଲିସ ସିସିଟିଭି ଲଗାଇ ଆଳୁ ଗାଡ଼ି ରୋକିବାକୁ ଯୋଜନା ଚଳାଇଛି। ଲକ୍ଷ୍ମଣନାଥ ଟୋଲ ଗେଟ୍‌ରେ ଜଗି ପଶ୍ଚିମବଙ୍ଗ ପୋଲିସ ଆଳୁ ଗ।ଡ଼ି ଓଡ଼ିଶାକୁ ଛାଡ଼ୁନାହିଁ । ହେଲେ କିଛି ଛୋଟ ଛୋଟ ଗାଡ଼ି ଆଳୁ ଓଡ଼ିଶାକୁ ବିଭିନ୍ନ ବାଟ ଦେଇ ପଶୁଛି । ତେଣୁ ଏହି ସବୁ ଗଳା ବାଟରେ ଏବେ ସିସିଟିଭି ଜରିଆରେ ନଜର ରଖିବାକୁ ଏମିତି ବ୍ୟବସ୍ଥା କରିଛି ପଶ୍ଚିମବଙ୍ଗ ପୋଲିସ ।

ଏହା ଭିତରେ ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସ୍ବାଭାବିକ କରିବା ପାଇଁ ଗତ କାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦ୍ବିତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି। ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ସେ ମମତାଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ମାଝୀ କହିଥିଲେ, ଦିଲ୍ଲୀରେ ଆପଣଙ୍କ ସହ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ ହୋଇଥିଲା। ମାତ୍ର କିଛି ଦିନ ପରେ ପୁଣି ଆଳୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏଥି ପ୍ରତି ଧ୍ୟାନ ଦେଇ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ସେ ଅନୁରୋଧ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅଧିକ ପଢନ୍ତୁ

kc ads