ଆଳୁ ପରେ କନ୍ଦେଇଲାଣି ପିଆଜ ଦାମ

କନ୍ଦେଇଲାଣି ପିଆଜ। ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର ଆକାଶ ଛୁଆଁ । କେଉଁଠି କିଲୋ ପିଛା ଦର ୬୦ ତ ଆଉ କେଉଁଠି ୬୫ ରେ ପହଞ୍ଚିଲାଣି । ଯାହାକୁ ନେଇ ଗ୍ରାହକ ଏବେ ଚିନ୍ତାରେ । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଖାଇବା ସାମଗ୍ରୀ ଉପରେ ଏଭଳି ଦରଦାମ ବୃଦ୍ଧିକୁ ନିନ୍ଦା କରିଛନ୍ତି ଗ୍ରାହକ। ପ୍ରଥମେ ଆଳୁ ପାଇଁ ବେଶ୍ କିଛିଦିନ ହନ୍ତସନ୍ତ ହେବାକୁ ପଡ଼ିଥିଲା।ବେପାରୀଙ୍କ ମନମାନୀ ସହ ନାସିକ୍‌ରେ ଦର ବଢୁଥିବାରୁ ରାଜ୍ୟରେ ପିଆଜ ଦର ବଢୁଥିବା କହିଛି କୁବେରପୁରୀ ବ୍ୟବସାୟୀ ସଂଘ । ନାସିକ ଓ ମୌସୁମୀ ସମୟରେ ଆନ୍ଧ୍ର ପ୍ରଦେଶର ତାଡ଼େପଲ୍ଲି ଗୁଡେମ୍ ରୁ ନୂଆ ପିଆଜ ଆସିଥାଏ। ହେଲେ ଚଳିତବର୍ଷ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ପିଆଜ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ତେଣୁ ସେଠାରୁ ପିଆଜ ଆସୁନଥିବାରୁ ଏଠି ଯୋଗାଣରେ ବାଧା ସୃଷ୍ଟି ହେଉଛି। ତେବେ ନୂଆ ପିଆଜ ଆସିବା ସମୟ ହୋଇଗଲାଣି। ସେଥିପାଇଁ ପୁରୁଣା ପିଆଜର ଦାମ ବୃଦ୍ଧି ପାଉଛି ବୋଲି କହିଛନ୍ତି ଦୋକାନୀ।

ଅଧିକ ପଢନ୍ତୁ

Odisha Darpan Digital