ଆଳୁ ସଂକଟ ଦୂର କରିବାକୁ ମହାପ୍ରଭୁଙ୍କ ବାଡ଼ଗ୍ରାହୀଙ୍କ ଉଦ୍ୟମ

ଓଡିଶାରେ ବେଲଗାମ୍‌ ଆଳୁ। ରାଜ୍ୟରେ ଦେଖା ଦେଇଛି ଉତ୍କଟ ଆଳୁ ସଙ୍କଟ । ଯେତେ ଯାହା କଲେ ବି ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଳୁ ଅଟକାଇ ଦେବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି। ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ଯେତେ ଯାହା ଉଦ୍ୟମ କଲେ ବି ସଫଳ ହେଉନାହାନ୍ତି। କୁହାଯାଉଛି ଯେ, କିଛି ସ୍ଥାନରେ ଆଳୁ କିଲୋ ୫୦ରୁ ୬୦ ଟଙ୍କାରେ ବିକ୍ରି କରାଯାଉଛି।ତେବେ ରାଜ୍ୟ ସରକାରଙ୍କ ସମସ୍ତ ଉଦ୍ୟମ ପରେ ରାଜ୍ୟରେ ଆଳୁ ସଙ୍କଟ ଦେଖାଯିବାରୁ ଏବେ ଜଗନ୍ନାଥ ଆଳୁ ସମସ୍ୟା ଦୂର କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅର୍ଥାତ୍‌ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଆଜି କୋଲକାତା ଯାଇଛନ୍ତି ।

ଓଡିଶାକୁ ଆଳୁ ପଠାଇବା ବାବଦରେ ସେ ଦିଦିଙ୍କ ସହ ଆଲୋଚାନ କରିବେ ବୋଲି କହିଛନ୍ତି । ଏନେଇ ସେ ମମତାଙ୍କୁ ମନାଇବେ । ସେ କଥା ହେବା ପରେ ରାଜ୍ୟରେ ଉପୁଜିଥିବା ଆଳୁ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ।ଦିଦିଙ୍କ ସହ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନୀଙ୍କର ସୁସମ୍ପର୍କ ରହିଛି। ସେ ବିଭିନ୍ନ ସମୟରେ କୋଲକାତାରେ ଦିଦିଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି। ବିଶେଷ କରି କାଳିପୂଜା ଓ ଦୁର୍ଗାପୂଜା ସମୟରେ ଜଗନ୍ନାଥ ସ୍ବାଇଁ ମହାପାତ୍ର ମମତା ବାନାର୍ଜୀଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି। ତେଣୁ ତାଙ୍କ କଥା ଦିଦି ରଖିବେ ବୋଲି ସେ ଆଶା ରଖିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital