ଆଳୁ ସଙ୍କଟ ନେଇ ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ ଏଥିସହ ସେ କହିଛନ୍ତି ଆଳୁ ସାଧାରଣତ ପଶ୍ଚିମବଙ୍ଗ ଆମଦାନୀ କରି ରାଜ୍ୟବାସୀ ଚାହିଦା ମେଣ୍ଟାଇଥାନ୍ତି ମାତ୍ର ଗତବର୍ଷ ଅର୍ଥାତ 2024 ମସିହା ଜୁଲାଇ ମାସରେ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁର ରପ୍ତାନି ଉପରେ କଟକଣା ଲାଗୁ କରିବାରୁ ରାଜ୍ୟରେ ସାମୟିକ ଆଳୁ ସଂଙ୍କଟ ଦେଖାଯିବା ସଙ୍ଗେ ସଙ୍ଗେ ଏହାର ମୁଲ୍ୟରେ ବୃଦ୍ଧି ଘଟିଥଲା ହେଲେ ଏବେ ସେ ସମସ୍ୟା ଦୂର ହୋଇଛି। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଳୁ ସଙ୍କଟ ନେଇ ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ।ଯୋଗାଣ ମନ୍ତ୍ରୀଙ୍କ ସୂଚନାନୂସାରେ, ଡିସେମ୍ବର ଓ ଜାନୁଆରୀ ୨୦ ଭିତରେ ୨୫୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିବା ବେଳେ, ୩୬ ଜଣ ଖିଲାପକାରି ବ୍ୟବସାୟୀଙ୍କ ଠାରୁ ୨୯୧୦୦ ଟଙ୍କା ଜୋରିମାନା ଆଦାୟ କରାଯିବା ସହ, ସଙ୍ଗେସଙ୍ଗେ ୧୯ ଜଣ ବ୍ୟବସାୟୀଙ୍କ ବିରୁଦ୍ଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।
୨୦୨୪ ମସିହାରେ ଆଳୁ ଦର ଅହେତୁକ ବୃଦ୍ଧି ସମୟରେ ସରକାର ଦର ବୃଦ୍ଧି କୁ ରୋକିବା ପାଇଁ NAFED ମାଧ୍ୟମରେ ଦୁଇଟି ଦଫାରେ ୬୦୦ କୁଇଣ୍ଟାଲ ଆଳୁ ଉତ୍ତରପ୍ରଦେଶରୁ ଆମଦାନୀ କରି ରାଜ୍ୟର ପ୍ରମୁଖ ସହର ଯଥା ଭୁବନେଶ୍ବର, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ବର, ଜୟପୁର ଓ ବଲାଙ୍ଗିର ଆଦି ସ୍ଥାନମାନଙ୍କରେ ଖାଉଟି ମାନଙ୍କୁ ୩୦ ଟଙ୍କାରେ ସୁଲଭ ମୂଲ୍ୟ ଦୋକାନ (FPS) ମାଧ୍ୟମରେ ଯୋଗାଇ ଦେଇଥିଲେ ।ଉତ୍ତର ପ୍ରଦେଶରୁ ଆଳୁ ଓଡିଶାକୁ ଆସିବା ପରେ ପଶ୍ଚିମବଙ୍ଗ ଉପରେ ଆଉ ଆଳୁ ପାଇଁ ନିର୍ଭର କଲାନି ଓଡ଼ିଶା। ଫଳରେ ସ୍ୱଭାବିକ ହେଲା ଆଳୁ ସମସ୍ୟା। ଆଉ ଏବେ ରାଜ୍ୟରେ ଆଳୁକୁ ନେଇ ସେପରି କିଛି ସମସ୍ୟା ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।