ଆଶ୍ରମରେ ଯୁବତୀଙ୍କୁ ନିଶା ବଟିକା ଖୁଆଇ ଦୁଷ୍କର୍ମ ଅଭିଯୋଗରେ ବାବା ଗିରଫ ।

ନିଶା ବଟିକା ଖୁଆଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ଯୁବତୀକୁ ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଆଶ୍ରମରେ ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୋଲିସ ବାବାକୁ ଗିରଫ କରିଛି ।‌ ସୂଚନାଥାଉକି, ଯୁବତୀଙ୍କ ଦେହ ବାରମ୍ବାର ଖରାପ ହେବା ସହ ଏସିଡିଟି ଥିବାରୁ ଉକ୍ତ ରୋଗର ଚିକିତ୍ସା ପାଇଁ ଗତ କିଛି ମାସ ହେବ ରେଢ଼ାଖୋଲ ଥାନା ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲାଙ୍କ ଆଶ୍ରମକୁ ଯାଇଥିଲେ ।

ସେଠାରେ ବାବାଙ୍କ ସହ କଥାବାର୍ତ୍ତା ହେବା ପରେ ବାବା କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ । ମାସେ ପରେ ପୁଣିଥରେ ଆସି ଔଷଧ ନେବାକୁ କହିଥିଲେ। ଯୁବତୀ ଜଣକ ଔଷଧ ନେବାକୁ ଆଶ୍ରମରେ ପହଞ୍ଚିଥିଲେ। ବାବା ତାଙ୍କୁ ୪ଟି ବଟିକା ଖାଇବାକୁ ଦେଇଥିଲେ। ପରେ ଅଚେତ ଅବସ୍ଥାରେ ଯୁବତୀକୁ ବାବା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଯୁବତୀଙ୍କ ଚେତା ଫେରିବାରୁ ତାଙ୍କୁ ଏକ ଅଟୋରେ ବସାଇ ଦେଇଥିଲେ। ତେବେ କିଛି ସମୟ ପରେ ଯୁବତୀ ଜଣଙ୍କ ମୁର୍ମୁଷ ଅବସ୍ଥାରେ ମେଡିକାଲ ଛକରେ ପଡିରହିଥିଲେ। ଖବର ପାଇ ମେଡିକାଲ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital