Representational image | Shutterstock

ଆଶ୍ରମ ସ୍କୁଲରେ ଅମାନୁଷିକ କାଣ୍ଡ, ପ୍ରଥମ ଶ୍ରେଣୀ ଛାତ୍ରକୁ ପଂଚମ ଶ୍ରେଣୀ ଛାତ୍ରଙ୍କ ନିର୍ଯ୍ୟାତନା

ଘଟଗାଁ ଥାନା ଅନ୍ତର୍ଗତ ତୋରାଣିପୋଖରୀ ଆଶ୍ରମ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି ।ପ୍ରଥମ ଶ୍ରେଣୀର ଛାତ୍ରକୁ ପଞ୍ଚମ ଶ୍ରେଣୀର କିଛି ପିଲାମାନେ ଅମାନୁଷିକ ଭାବେ ପୋଡି ଦେଇଛନ୍ତି। ପିଲାର ଆଖି, ଗୁପ୍ତାଙ୍କ ଓ ଶରୀରର ବିଭିନ୍ନ ସ୍ଥାନକୁ ପୋଡିଦିଆ ଯାଇଛି । ପିଲାଟିକୁ ପାଟଣା ସ୍ଵାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା କରାଯାଉଥିଲା କିନ୍ତୁ ପିଲାଟିର ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ତେବେ ଏପରି ଘଟଣା ଘଟିବା ବେଳେ ଦାୟିତ୍ୱରେ ଥିବା ଶିକ୍ଷକ, ୱାଡେନ ଓ ରାତ୍ର ଜଗୁଆଳି କିପରି ଜାଣି ପାରିଲେନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ପୋଲିସ ଏଫଆଇର ରୁଜୁ କରିବା ସହ ଅଧିକ ତଦନ୍ତ ଚଳାଇଛି । ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବାରୁ ପୋଲିସ ଅତି ସତର୍କତାର ସହ ତଦନ୍ତ କରୁଥିବା ଜଣାପଡିଛି ।

ଅଧିକ ପଢନ୍ତୁ