ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା,ମୋଟ ୫,୧୨,୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ଶୁକ୍ରବାରଠାରୁ ୫.୧୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଦେବେ। ବୋର୍ଡର ସୂତ୍ରରୁ ଜଣାପଡ଼ିଛି ଯେ, ସାରା ରାଜ୍ୟରେ ମୋଟ ୫,୧୨,୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ୩୧୪ଟି ନୋଡାଲ ସେଣ୍ଟର କରାଯାଇଛି। ଆସନ୍ତାକାଲି ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବ ଓ ଛାତ୍ରଛାତ୍ରୀ ୭ଟା ୩୦ ମିନିଟରେ କେନ୍ଦ୍ରକୁ ପ୍ରବେଶ କରିବେ। ଆଜି ଚୂଡ଼ାନ୍ତ ପ୍ରସ୍ତୁତି ପରଖିବା ପାଇଁ ବୋର୍ଡ ପକ୍ଷରୁ ୬୦୦ କେନ୍ଦ୍ରର ଲାଇଭ ଡ୍ରାଏ ରନ୍ କରାଯାଇଛି।

୨୦୨୫ ଦଶମ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନରେ, ଛାତ୍ରଛାତ୍ରୀମାନେ ଓଡ଼ିଆ/ବଙ୍ଗାଳୀ/ହିନ୍ଦୀ/ଉର୍ଦ୍ଦୁ/ତେଲୁଗୁ/ଇଂରାଜୀ ସମେତ ପ୍ରଥମ ଭାଷା ବିଷୟ ପାଇଁ ପରୀକ୍ଷା ଦେବେ।କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ୱାଡ୍ ଗଠନ କରାଯାଇଛି। ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ରିଅଲ୍-ଟାଇମ୍ କାର୍ଯ୍ୟାବଳୀ ତଦାରଖ କରିବା ପାଇଁ ବୋର୍ଡ ମୁଖ୍ୟାଳୟରେ ଏକ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯିବ। ବୋର୍ଡ ଅଧିକାରୀମାନେ ନିୟନ୍ତ୍ରଣ କକ୍ଷରୁ ପରୀକ୍ଷା କାର୍ଯ୍ୟ ତଦାରଖ କରିବେ।

ଅଧିକ ପଢନ୍ତୁ