ଆସନ୍ତାକାଲି ଅର୍ଥାତ୍‌ ଫେବୃଆରୀ ୧୫ରେ E-KYC କରିବାର ଶେଷ ତାରିଖ।

ରାଶନ କାର୍ଡ ଧାରକଙ୍କ ପାଇଁ ବଡଖବର। ଆସନ୍ତାକାଲି ଅର୍ଥାତ୍‌ ଫେବୃଆରୀ ୧୫ରେ E-KYC କରିବାର ଶେଷ ତାରିଖ।ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର E-KYC ଅବଧି ଫେବୃଆରୀ ୧୫ ଯାଏ ବୃଦ୍ଧି କରିଥିଲେ। ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା। କିଛି ଲୋକ E-KYC କରି ନ ଥିବାରୁ ବୃଦ୍ଧି ପାଇଁ ଦାବି କରିଥିଲେ। ଏହାକୁ ବିଚାର କରି ସରକାର ଏପରି ନିଷ୍ପତ୍ତି ନିଆଯାଇଥିଲା। ତେବେ E-KYC କରିନଥିଲେ ରାଶନ କାର୍ଡ ଉପଭୋକ୍ତାଙ୍କ ନାଁ କଟିଯିବ। ସରକାରଙ୍କଠାରୁ ମିଳୁଥିବା ମାଗଣା ଚାଉଳ ଏବଂ ଗହମ ଆଉ ପାଇବାକୁ ସକ୍ଷମ ହେବେ ନାହିଁ। ସରକାରଙ୍କ ପରାମର୍ଶକୁ ଅଣଦେଖା କଲେ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ରାଶନ କାର୍ଡ କାଟିଦିଆଯିବ ।

ଅଧିକ ପଢନ୍ତୁ