କଗ୍ରେସ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ଓଡ଼ିଶା ବନ୍ଦ ପାଇଁ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ହୋଇଛି। ରାଜଧାନୀ ଭୁବନଶ୍ବେର ଓ କଟକର ବିଭିନ୍ନ ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ପୁଲିସ ମୁତୟନ ହେବେ। ଖିଲାପକାରୀଙ୍କ ଉପରେ ନଜର ରଖିବା ପାଇଁ ସାଦା ପୋଷାକରେ ପୁଲିସ ମୁତୟନ ହେବେ। ପୁଲିସ କମିସନର ଏସ୍ ଦେବଦତ୍ତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଡ୍ରୋନ୍ ଓ AI କ୍ୟାମେରାରେ ନଜର ରଖାଯିବ। ସବୁ ଛକ, ଅଫିସରେ ପୋଲିସ ମୁତୟନ ହେବେ। ହିଂସା ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିସନର ସୁରେଶ ଦେବଦତ୍ତ | ଅନ୍ୟପଟେ କଂଗ୍ରେସ ଆସନ୍ତକାଲି ଅର୍ଥାତ ଗୁରୁବାର ଓଡ଼ିଶା ବନ୍ଦ କରୁଥିବାବେଳେ ଆଗାମୀ ଦିନରେ ସଂସଦ ଘେରାଉ କରିବ। ଏହି ଘୋଷଣା ସହ ଅଳକା ଲାମ୍ବା ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ସୂଚନା ଅନୁଯାୟୀ, ବାଲେଶ୍ବରରେ ଜଣେ ଛାତ୍ରୀଙ୍କୁ ବିଭାଗୀୟ ମୁଖ୍ୟ (HOD) ଦ୍ୱାରା ଯୌନ ନିର୍ଯାତନାର ଚାପ ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଅଳକା ଲାମ୍ବା କହିଛନ୍ତି ଯେ ଓଡ଼ିଶାରେ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଓଡ଼ିଶାରେ ନାରୀ ନିରାପତ୍ତା ଓ ନ୍ୟାୟ ପାଇଁ କୌଣସି କଡ଼ା ପଦକ୍ଷେପ ନିଆଯାଇ ନାହିଁ।