ଆସନ୍ତାକାଲି ଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଅଲାରନାଥ

ସ୍ନାନଯାତ୍ରା ଶେଷ ହେବା ପରେ ଠାକୁରଙ୍କୁ ଅଣସର ଘରକୁ ନିଆଯିବ । ଆସନ୍ତାକାଲି ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ । ସୁରକ୍ଷା ପାଇଁ ବ୍ୟାପକ ‌ପୁଲିସ ମୁତୟନ ହେବେ । ୭ ପ୍ଲାଟୁନ ପୁଲିସ୍ ସହ ଜଣେ ସେକ୍‌ସନ ଫୋର୍ସ ସାଦା ପୋଷାକରେ ରହିବେ । ସେହିପରି ଜଣେ ଅତିରିକ୍ତ ପୁଲିସ ଅଧୀକ୍ଷକ, ୪ ଜଣ ଡିଏସ୍‌ପି, ୩ ଜଣ ଇନ୍‌ସପେକ୍ଟ, ୧୭ ଜଣ ଏସ୍‌ଆଇ/ଏଏସ୍‌ଆଇ, ୪ ଜଣ ହାବିଲଦାର, ୬ ଜଣ କନଷ୍ଟେବଳ, ୫୬ ଜଣ ଗୃହରକ୍ଷୀ, ୧୦ ଜଣ ଟ୍ରାଫିକ ପୁଲିସ ଉପସ୍ଥିତ ରହିବେ । ସକାଳ ୬ଟାରୁ ଆରମ୍ଭ ହେବ ଅଲାରନାଥଙ୍କ ସାଧାରଣ ଦର୍ଶନ । ମହାପ୍ରଭୁଙ୍କର ଏହି ପୀଠରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କର ଭିଡ଼ ରହିବ ।

ଅଧିକ ପଢନ୍ତୁ

kc ads