ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୭ ତାରିଖରେ ବିଧାନସଭା ଘେରାଓ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ କଂଗ୍ରେସ । ଦଳ ପକ୍ଷରୁ ବିଧାନସଭା ଘେରାଓ ସହ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ରହିଛି । ତେବେ ଏହି ବିକ୍ଷୋଭ ସମୟରେ ରାଜଧାନୀର କେତେକ କ୍ଷେତ୍ରରେ ଟ୍ରାଫିକ ସମସ୍ୟା ଦେଖାଯିବା ନେଇ ଆଶଙ୍କା କରିଛି କମିଶନରେଟ୍ ପୋଲିସ ।
ରାଜମହଲରୁ ରୁପାଲି ଯାଏଁ ଉଭୟ ପାଶ୍ୱର୍ରେ ସମସ୍ୟା ଉପୁଜିବାରେ । ସକାଳ ୯ଟାରୁ ଦିନ ୩ଯା ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ଆଶଙ୍କା ରହିଛି ।ଏହାକୁ ଦୃଷ୍ଟିରେ ରଖି ଅନ୍ୟ ରାସ୍ତା ଦେଇ ଲୋକଙ୍କୁ ଯାଆସ କରିବାକୁ ଅନୁରୋଧ କରିଛି କମିଶନରେଟ୍ ପୋଲିସ ।ନିରାପଦ ଓ ବାଧାମୁକ୍ତ ଯାତ୍ରା ପାଇଁ ପୋଲିସକୁ ସହଯୋଗ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଅନୁରୋଧ ।