ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଜାତୀୟ ମହିଳା ଆୟୋଗ ‘ଜାତୀୟ ମହିଳା କମିଶନ- ଆପଣଙ୍କ ଦ୍ୱାରରେ’ ଶୀର୍ଷକ ନାମକ ଏକ ଜନ ଶୁଣାଣି ଆୟୋଜିତ ହେବ।ଏହି କାର୍ଯ୍ୟକ୍ରମରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ଉପସ୍ଥିତ ରହିବେ । ସମସ୍ୟାରେ ପୀଡ଼ିତ ମହିଳା ଜନ ଶୁଣାଣିକୁ ଆସି ଭାଗ ନେଇ ପାରିବେ ବୋଲି କୁହାଯାଇଛି ।
ତେବେ ପଡ଼ି ରହିଥିବା ଅଭିଯୋଗଗୁଡ଼ିକର ସମାଧାନ କରିବା ଏବଂ ଅଞ୍ଚଳର ମହିଳାମାନଙ୍କଠାରୁ ନୂତନ ଅଭିଯୋଗ ଗ୍ରହଣ କରିବା ହେଉଛି ମହିଳା ଜନ ସୁନଓ୍ବାଇ କାର୍ଯ୍ୟକ୍ରମର ପ୍ରଧାନ ଲକ୍ଷ୍ୟ ରହିଛି ।ଭୁବନେଶ୍ୱର ଏବଂ ଆଖପାଖ ସମସ୍ତ ସହରର ମହିଳାମାନେ କୌଣସି ପ୍ରକାରର ସମସ୍ୟାରେ ପୀଡିତ ଥିଲେ, ସେମାନେ ଏହି ଜନଶୁଣାଣିରେ ଅଂଶଗ୍ରହଣ କରି ନିଜର ସମସ୍ୟା ଉପସ୍ଥାପିତ କରିବାକୁ କୁହାଯାଇଛି। ମହିଳାମାନଙ୍କ ସହ ଜଡିତ ବିଚାରଧୀନ ମାମଲାଗୁଡ଼ିକର ସମାଧାନ କରିବା ଏବଂ ଯଥାସମ୍ଭବ ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ଯୋଗାଇବା ଏହି ଜନଶୁଣାଣିର ଉଦ୍ଦେଶ୍ୟ ବୋଲି ଏନସିଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।
ଅପରପକ୍ଷରେ ଶୁଣାଣି ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇଁ ଗୁଞ୍ଜନ ସିଂହ (୭୦୧୧୯୭୨୮୬୨)ଙ୍କ ସହିତ ଯୋଗାଯୋଗ କରିବାକୁ ଜାତୀୟ ମହିଳା କମିଶନ ପକ୍ଷରୁ କୁହାଯାଇଛି।