ଆସନ୍ତାବର୍ଷଠୁ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ ।

ଆସନ୍ତା ବର୍ଷ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଚଳିତ ବର୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ହୋଇନଥିବା ବେଳେ ଆସନ୍ତାବର୍ଷଠାରୁ ସମସ୍ତ କଲେଜକୁ ପ୍ରସ୍ତୂତ କରାଯିବା କଥା କହିଛନ୍ତି ଆଇନ ମନ୍ତ୍ରୀ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଲେଜ ଇଲେକ୍ସନ ପୁଣିଥରେ ହେବା ନେଇ ପ୍ରତିକ୍ରିୟା ଦେଇଥିଲେ।

କୋଭିଡ୍ ଆଳରେ ପୂର୍ବତନ ରାଜ୍ୟ ସରକାର ଛାତ୍ର ନିର୍ବାଚନକୁ ବନ୍ଦ କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ନେଇ ଏବେ ଧୀରେ ଧୀରେ ଆଶା ଉଜ୍ଜଳ ହେବାରେ ଲାଗିଛି । ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଛାତ୍ର ନେତା ଆଶା ବାନ୍ଧିଥିଲେ । ଦୀର୍ଘ ୬ବର୍ଷ ହେବ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକଳେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି।

ଅଧିକ ପଢନ୍ତୁ

Odisha Darpan Digital