ଆସନ୍ତାକାଲି ଭୁବନେଶ୍ୱର ଷ୍ଟେସନରୁ ଅଯୋଧ୍ୟା ଓ ବାରଣାସୀକୁ ଆରଂଭ ହେବ ତୀର୍ଥଯାତ୍ରା । ଏନେଇ ସୂଚନା ଦେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଓଡିଶାର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ବରିଷ୍ଠ ନାଗରିକ ଯିବେ । ଭୀମଭୋଇ ଦୃଷ୍ଟିବାଧିତ ସ୍କୁଲ ଓ କ୍ୟାପିଟାଲ ହାଇସ୍କୁଲରେ ରହଣି ବ୍ୟବସ୍ଥା ରହିଛି । ସ୍କାଉଟ ଗାଇଡ କ୍ୟାମ୍ପସରେ ବରିଷ୍ଠ ନାଗରିକଙ୍କ ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।
