ଆସନ୍ତା କାଲି ଦିନ୧୨ଟା ପୂର୍ବରୁ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା

‘ସୁଭଦ୍ରା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୯ରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିବ। ମହିଳାଙ୍କ ଆକାଉଣ୍ଟକୁ ଆସିବ ୫ହଜାର ଟଙ୍କା । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।୭ତାରିଖ ସୁଦ୍ଧା ସୁଭଦ୍ରା ଯୋଜନାରେ ନାଁ ପଞ୍ଜିକରଣ କରିଥିବା ମହିଳାଙ୍କୁ ଟଙ୍କା ମିଳିବ ବୋଲି ଘୋଷଣା କରିଥିଲେ ସରକାର । ଏଯାବତ୍ ପଞ୍ଜୀକରଣ ୧ କୋଟି ଟପିଗଲାଣି । ମହିଳା ସଶକ୍ତୀକରଣର ନୂଆ ଇତିହାସ ରଚିବ ସୁଭଦ୍ରା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ ।

ଅଧିକ ପଢନ୍ତୁ