ଆସନ୍ତା ଜୁନ ୧୨ ତାରିଖ ଦିନ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରୁ ୧୦ ଜଣଙ୍କୁ ଘର ଦେବେ ସରକାର ।

ରାଜ୍ୟରେ ମୋହନ ସରକାରଙ୍କ ୧ ବର୍ଷ ପୂରଣ ହେବାକୁ ଯାଉଛି । ଆଉ ଏହି ଅବସରରେ ଘର ବାଣ୍ଟିବେ ମୋହନ ସରକାର । ଏ ନେଇ ବଡ଼ ଘୋଷଣା କରିସାରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ।ଆସନ୍ତା ଜୁନ ୧୨ ତାରିଖ ଦିନ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରୁ ୧୦ ଜଣଙ୍କୁ ଘର ଦେବେ ସରକାର ।ପ୍ରତି ପଞ୍ଚାୟତରୁ ୧୦ ଜଣ ଲେଖାଏଁ ହିତାଧିକାରୀଙ୍କୁ ଅନ୍ତଦୋୟ ଗୃହ ଯୋଜନାରେ ସରକାର କରିବେ ସାମିଲ। ଏ ନେଇ ତାଲିକା ଦେବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ବି ଦିଆଯାଇଛି ।ହିତାଧିକାରୀଙ୍କ ତାଲିକା ୫ ଦିନ ଭିତରେ ଦେବା ପାଇଁ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଜୁନ ୧୨ ତାରିଖ ଦିନ ହେବାକୁ ଥିବା ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ସେହି ହିତାଧିକାରୀଙ୍କୁ ଘର ଦିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।

ଅଧିକ ପଢନ୍ତୁ

kc ads