ଆସନ୍ତା ମାସରେ ହେବ ରତ୍ନ ଭଣ୍ଡାରର ଗଣତିମଣତି କାର୍ଯ୍ୟ

ସରିଲା ରତ୍ନଭଣ୍ଡାର ମରାମତି । ଖୁବଶୀଘ୍ର ହେବ ଗଣତି ମଣତି । ଅଗଷ୍ଟ ମାସରେ ଗଣତି ମଣତି ହେବା ସମ୍ଭାବନା ରହିଛି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି। ସଂରକ୍ଷଣ କାର୍ଯ୍ୟ ଦ୍ୱାରା ରତ୍ନ ଭଣ୍ଡାର ଆଗାମୀ ୧୦୦ବର୍ଷ ପାଇଁ ସୁରକ୍ଷିତ ରହିବ ବୋଲି ସୁନିଶ୍ଚିତ କରାଯିବ। ଗଣତିମଣତି ସମ୍ବନ୍ଧୀୟ କାର୍ଯ୍ୟ ଅଗଷ୍ଟରେ ଆରମ୍ଭ ହେବାର ସମ୍ଭାବନା ଅଛି। ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।ସେ ଆହୁରି ମଧ୍ୟ କହିଛନ୍ତି, ମୂଲ୍ୟବାନ ଅଳଙ୍କାର ସଂରକ୍ଷଣ ପାଇଁ ନୂତନ ସିନ୍ଦୁକ ପ୍ରସ୍ତୁତ କରାଯାଇଛି।ମୁଖ୍ୟ ପ୍ରଶାସକ ଆହୁରି କହିଥିଲେ, ପ୍ରାୟ ୩୩୩ ଘଣ୍ଟା କାମ ହୋଇଛି । ଭିତରେ ୯ଟି ବକ୍ସ ବିମ୍ ଓ ବାହାରେ ୬ଟି ବକ୍ସ ବିମ୍ ଲାଗିଛି । ୫୨୦ଟି ପଥର ବଦଳାଯାଇଛି । ଭିତର କବାଟ ମରାମତି ହୋଇଛି । ବାହାର ଗେଟ୍‌କୁ ଷ୍ଟେନଲେସ୍ ଷ୍ଟିଲ୍ କରାଯାଇଛି । ଗେଟ୍‌ ସିଲ୍‌ କରାଯାଇ ୬ ଚାବି ପକାଯାଇଛି । ଭିତରେ ଯେଉଁ ଗେଟ୍‌ ଅଛି ତାହା ଠିକ୍ ଅଛି ।

ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ପରେ ଏଏସ୍‌ଆଇ ଶ୍ରୀମନ୍ଦିର ପ୍ରଶାସନକୁ ଚାବି ହସ୍ତାନ୍ତର କରିଛି ।

ଅଧିକ ପଢନ୍ତୁ

kc ads