ଆସନ୍ତା ଶିକ୍ଷାବର୍ଷ(୨୦୨୬-୨୭)ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ । ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା(ଓଏସ୍ସିଏଫ୍) ଉପରେ ଆଧାରିତ ହେବ । ନୂତନ ଯୁଗ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶିକ୍ଷକଙ୍କ ବୃତ୍ତିଗତ ବିକାଶ ନିରନ୍ତର ଜାରି ରହିବ । ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷାରେ ଶିକ୍ଷାଦାନକୁ ସୁଦୃଢ଼ କରାଯିବ । ଏହାଦ୍ୱାରା ପିଲାଙ୍କ ମୌଳିକ ଶିକ୍ଷା ମୂଳଦୁଆ ଶକ୍ତ ହେବ । ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ବ୍ୟାଗ୍ ମୁକ୍ତ ଶିକ୍ଷାଦାନ ବ୍ୟବସ୍ଥା କରାଯିବ । ଏହାଦ୍ୱାରା ସେମାନେ ବ୍ୟବହାରିକ ଜ୍ଞାନ ଓ ସମାଲୋଚନାତ୍ମକ ଚିନ୍ତାଧାର ଶିଖିପାରିବେ । ଜନ୍ମଠୁ ଦ୍ୱାଦଶ ଶ୍ରେଣୀ ଯାଏ ଶିଶୁଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ।ରାଜ୍ୟର ୧ଲକ୍ଷ ୬୭ ହଜାର ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମର ଦକ୍ଷ କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ ।
