ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ସୋମବାର ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ କରାଯାଇଛି । ଏସ୍ସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ପୁଣି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପ୍ରବଳ ହଟ୍ଟଗୋଳ ଓ ନାରାବାଜି ଭିତରେ ବାରମ୍ବାର ଗୃହ ମୁଲତବୀ ହୋଇଛି ।ଶେଷରେ ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ଆଜି ବିଧାନସଭା ଆରମ୍ଭରୁ ଗୃହ ମଧ୍ୟଭାଗକୁ ଆସି ପୋଷ୍ଟର ଧରି ନାରାବାଜି କରିଥିଲେ ବିଜେଡି ବିଧାୟକ । ଏସ୍ସିବି ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ପୂର୍ବରୁ ବିରୋଧୀ ହଟଗୋଳ କରିବାରୁ ବାଚସ୍ପତି ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରି ଥିଲେ । କେବଳ ଏତିକି ନୁହେଁ, ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିବା ସହ ଏସସିବି ମେଡିକାଲ କଲେଜର ଆଇସିୟୁ ଟ୍ରମା ସେଣ୍ଟରରେ ଯେତେ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟ ।
