ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ୧୭ତମ ଓଡ଼ିଶା ବିଧାନସଭାର ଷଷ୍ଠ ଅଧିବେଶନ ଚାଲୁ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ଅଭିଯୋଗ ଶୁଣାଣି (ଜନ ଅଭିଯୋଗ ଶୁଣାଣି) ଫେବୃଆରୀ ୨୩ ତାରିଖ ସୋମବାର ବନ୍ଦ ରହିବ।
ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି। ଯେଉଁଥିରେ କୁହାଯାଇଛି ଯେ ବିଧାନସଭା କାର୍ଯ୍ୟକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ପାଇଁ ସ୍ଥିର ହୋଇଥିବା ଶୁଣାଣି ବାତିଲ କରାଯାଇଛି। ପରବର୍ତ୍ତୀ ସାଧାରଣ ଅଭିଯୋଗ ଶୁଣାଣି ତାରିଖ ସମ୍ବାଦପତ୍ର ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ମାଧ୍ୟମରେ ସାଧାରଣ ଜନତାଙ୍କୁ ଯଥାସମ୍ଭବ ଘୋଷଣା କରାଯିବ।
