ଆସନ୍ତା ସୋମବାର ଶପଥ ନେବେ ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ

ଗୌହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଆସନ୍ତା ୨୧ ତାରିଖ ସୋମବାର ଦିନ ୧୦ଟା ସମୟରେ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ହାଇକୋର୍ଟ ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ତାଙ୍କୁ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଶପଥ ପାଠ କରାଇବେ । ଜଷ୍ଟିସ୍‌ ପାଠକଙ୍କ ଯୋଗଦାନ ପରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୦ରେ ପହଞ୍ଚିବ । ଜଷ୍ଟିସ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ମେ’ ୨୬ରେ ସୁପ୍ରିମକୋର୍ଟ କଲେଜିମୟ ସୁପାରିଶ କରିଥିଲେ। ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଗତ ୧୪ ତାରିଖରେ ଏ ସଂକ୍ରାନ୍ତରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଜଷ୍ଟିସ୍‌ ପାଠକ ୧୯୬୫, ଅଗଷ୍ଟ ୨୮ରେ ଗୌହାଟୀ ଠାରେ ଜନ୍ମଗ୍ରହଣ କରିଥିଲେ।

ଗୌହାଟୀ ବିଶ୍ବବିଦ୍ୟାଳୟରୁ ଏଲ୍‌.ଏଲ୍‌.ବି. ପାସ୍ କରିବା ପରେ ୧୯୯୦ରେ ସେ ଆଇନଜୀବୀ ଭାବେ ‌କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ ସେ ସୁନାମ ଅର୍ଜନ କରିଥିଲେ।ସେ ଗୌହାଟୀ ହାଇକୋର୍ଟ ଓ ଆସାମ ସରକାରଙ୍କ ଶିକ୍ଷା ବିଭାଗର ଷ୍ଟାଣ୍ଡିଂ କାଉନସିଲ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୦୪ରୁ ବିଭାଜନ ପର୍ଯ୍ୟନ୍ତ ସେ ତ୍ରିପୁରା ରାଜ୍ୟର ଷ୍ଟାଣ୍ଡିଂ କାଉନସିଲ୍‌ରେ ଥିଲେ।

ଅଧିକ ପଢନ୍ତୁ

kc ads