ଜୀବନ ହାରିବା ରୋକିବାକୁ ସରକାରଙ୍କ ଉଦ୍ୟମ । ଜୀବନ ଜିନ୍ଦାବାଦ ନାମରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର ।ଏଭଳି ଘଟଣା ରୋକିବାକୁ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ବୈଠକରେ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଉଚ୍ଚଶିକ୍ଷା ବିଭାଗର ସଚିବ ଓ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ଏଭଳି ଅଭାବନୀୟ ଘଟଣା ରୋକିବାକୁ ଜିଲା ହେଡକ୍ବାଟରରେ ‘ଜୀବନ ଜିନ୍ଦାବାଦ’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସେପ୍ଟେମ୍ବର ୧୦ ତାରିଖରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ କଲେଜ, ସ୍କୁଲ ଛାତ୍ରଛାତ୍ରୀ ଓ ଯୁବବର୍ଗମାନେ ସାମିଲ ହେବେ। ୭୦ରୁ ଅଧିକ କଳାକାର ଏଥିରେ ସାମିଲ ହେବେ। ମହିଳା ଶିଶୁ ବିକାଶ ବିଭାଗ, ଗୃହ ଓ ଉଚ୍ଚ ଶିକ୍ଷା ବିଭାଗ ବିଭାଗ ପକ୍ଷରୁ ଏହା ଆୟୋଜିତ ହେବ।
