ଆସନ୍ତା ୧୪ରୁ ‘ମତ୍ସ୍ୟ – ପ୍ରାଣୀ ସମାବେଶ ଓଡ଼ିଶା- ୨୦୨୫

ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୫’ ଆୟୋଜନ ପରିପ୍ରେକ୍ଷୀରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଭେଟେରିନାରୀ କଲେଜ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଲୋଗୋ ଏବଂ ମାସ୍କଟ୍ ଉନ୍ମୋଚନ କରିଛନ୍ତି। ପରେ ପରେ ମନ୍ତ୍ରୀ ସମାବେଶ ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ସବିଶେଷ ତଥ୍ୟ ରଖିଥିଲେ। ମନ୍ତ୍ରୀ କହିଛନ୍ତି, ମତ୍ସ୍ୟଚାଷୀ ଓ ପ୍ରାଣୀପାଳକଙ୍କ ସମୃଦ୍ଧିର ମହାକୁମ୍ଭ ସାଜିବ ଏହି ସମାବେଶ। କ୍ଷୀର, ମାଂସ, ଅଣ୍ଡା ଓ ମାଛ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ତଥ୍ୟ ରଖିଛନ୍ତି।ଆସନ୍ତା ଫେବୃଆରୀ ୧୪ରୁ ‘ମତ୍ସ୍ୟ – ପ୍ରାଣୀ ସମାବେଶ ଓଡ଼ିଶା- ୨୦୨୫’ ଅନୁଷ୍ଠିତ ହେବ ।ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସମାବେଶ ଆସନ୍ତା ଫେବୃଆରୀ ୧୬ ତାରିଖ ଯାଏଁ ଚାଲିବ । ଏହି ସମାବେଶକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦ୍‌ଘାଟନ କରିବେ । ଏହି ସମାବେଶରେ ୮ ହଜାର ୧୬୪ ଜଣ ଚାଷୀ ଓ ପଶୁ ପାଳକ ସାମିଲ ହେବେ ।

କହିରଖୁଛୁ ଏହି ସମାବେଶରେ ପ୍ରାୟ ୪୦୦ଟି ଷ୍ଟଲରେ ପ୍ରଦର୍ଶନୀ ହେବ । ସମାବେଶରେ ଆଧୁନିକ ଜ୍ଞାନକୌଶଳଳ ବ୍ୟବହାର ନେଇ ସଚେତନତ କରାଯିବ । ତା’ ସହ ପ୍ରତ୍ୟେକ ଉପଖଣ୍ଡରୁ ୪ ଜଣ ସଫଳ ପ୍ରାଣୀପାଳକ ଓ ମତ୍ସ୍ୟଚାଷୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ। ବିଭାଗ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୪ ଜଣ ଶ୍ରେଷ୍ଠ ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ସମାବେଶ ଉପଲକ୍ଷେ ଆୟୋଜିତ ବକ୍ତୃତା ଓ କୁଇଜ୍‌ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯିବ।

ଅଧିକ ପଢନ୍ତୁ