ଆସନ୍ତା ୧୫ରୁ ରାଜ୍ୟରେ ପାରଦ ଖସିବା ସାଙ୍ଗକୁ ରାଜ୍ୟରେ ଶୀତ ଅନୁଭୂତ ହେବ ।

ଚଳିତ ବର୍ଷ ଶୀତ ପଡ଼ିବା ବିଳମ୍ବ ହେଉଇଁଥିଲେ ମଧ୍ୟ ଆଉ ଦିନେ କିମ୍ବା ଦୁଇଦିନ ଶୀତ ବଢିବାକୁ ଯାଉଛି। ତେବେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ କମିଯିବ । ଏହା ପ୍ରଭାବରେ ଅଧିକ ଶୀତ ଅନୁଭୂତ ହୋଇପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଅନ୍ୟପକ୍ଷେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା । ପଶ୍ଚିମଦିଗକୁ ଗତି କରି ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳ ଯିବା ଅନୁମାନ। ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା। ତାମିଲନାଡୁ ଓ କେରଳ ଉପକୂଳରେ ପ୍ରବଳ ବର୍ଷା ଆଶଙ୍କା ।ମଙ୍ଗଳବାର ଉପକୂଳ ଓଡ଼ିଶା, ମୟୁରଭଞ୍ଜ, କେନ୍ଦୁଝର ଏବଂ ବୁଧବାର ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଅଧିକ ପଢନ୍ତୁ