ଆସନ୍ତା ୧୫ ତାରିଖରୁ ଖାତା ଦେଖା ଆରମ୍ଭ

ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ସୋମବାର ଶେଷ ହୋଇଛି। ଫେବୃଆରୀ ୨୦ ତାରିଖରୁ ଏହା ଆରମ୍ଭ ହୋଇଥିଲା। ଶେଷ ଦିନରେ ଛାତ୍ରୀଛାତ୍ର ସାମାଜିକ ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ନିର୍ଦ୍ଧାରିତ ସମୟରେ ପରୀକ୍ଷା ସାରିବା ପରେ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରୁ ଖୁସିହୋଇ ବାହାରିଥିଲେ ।ଚଳିତବର୍ଷ ୨ ହଜାର ୯୯୧ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରୀଛାତ୍ର ଶୃଙ୍ଖଳାରସହ ପରୀକ୍ଷା ଦେଇଛନ୍ତି । ସେହିପରି ୭ ହଜାର ୮୩୧ ପରୀକ୍ଷାର୍ଥୀ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ଓ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେଇଛନ୍ତି। ତେବେ ଆସନ୍ତା ୧୫ ତାରିଖରୁ ଖାତା ଦେଖା ।

ରାଜ୍ୟର ୩୧୩ଟି ନୋଡାଲ୍ ସେଣ୍ଟରରୁ ଉତ୍ତର ଖାତା ସଂଗ୍ରହ ପାଇଁ ବୋର୍ଡ ଗଠନ କରିଥିବା ଟିମ୍ ପଠାଯାଇଛି । ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ନୋଡାଲ ସେଣ୍ଟରରୁ ଖାତା ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଯିବ । ୧୫ ତାରିଖରୁ ଉତ୍ତର ଖାତା ଦେଖା ଯିବାକୁ ଥିବା ବେଳେ ଉତ୍ତରଖାତାଗୁଡିକୁ ଆସନ୍ତା ୧୩ ତାରିଖ ସୁଦ୍ଧା ୫୪ଟି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚାଇ ଦିଆଯିବ । ଖାତା ଦେଖା ଆରମ୍ଭ ହେବାର ୧୫ ଦିନ ଭିତରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଅଧିକ ପଢନ୍ତୁ