ସେଲିବ୍ରିଟି କ୍ରିକେଟ୍ ଲିଗ୍ (CCL)ର ୧୧ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଓଡ଼ିଶାର ବାରବାଟୀ ଷ୍ଟାଡିୟମରେ ଲିଗ ପର୍ଯ୍ୟାୟ ମ୍ୟାଚ୍ ଆୟୋଜନ ହେବାକୁ ଥିବା ବେଳେ ଏହା ପୂର୍ବରୁ ବଲିଉଡ ପ୍ରଯୋଜକ ବୋନି କପୁର ଏବଂ ବଲିଉଡ ଅଭିନେତା ଅର୍ଜୁନ କପୁର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟିଛନ୍ତି।ସୂଚନା ଅନୁଯାୟୀ, ଏନେଇ ଦୁହେଁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଆସନ୍ତା ୧୬ ତାରିଖରେ ପଞ୍ଜାବ ଦି ଶେର ଓ ଭୋଜପୁରୀ ଦବଙ୍ଗ ଟିମ୍ ମଧ୍ୟରେ ଗୋଟିଏ ମ୍ୟାଚ ଓ ମୁମ୍ବାଇ ହିରୋ, ବେଙ୍ଗଲ ଟାଇଗର୍ସଙ୍କ ମଧ୍ୟରେ ଗୋଟିଏ ମ୍ୟାଚ ଅନୁଷ୍ଠିତ ହେବ।
ତେବେ ଚଳିତବର୍ଷ ସାତଟି ଦଳକୁ ନେଇ ଟୁର୍ନାମେଣ୍ଟ ଆୟୋଜନ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୮ (ଶୁକ୍ରବାର) ରେ ବେଙ୍ଗାଲୁରୁରେ ଆରମ୍ଭ ହେବ ଏବଂ ୨ ମାର୍ଚ୍ଚରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ବେଙ୍ଗଲ ଟାଇଗର୍ସ ଡିଫେଣ୍ଡିଂ ଚାମ୍ପିଅନ୍ ହୋଇଥିବା ବେଳେ ତେଲୁଗୁ ୱାରିୟର୍ସ ସବୁଠାରୁ ସଫଳ ଦଳ ରହିଛି।