ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ

ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ । ଲୋକସେବା ଭବନର କନଭେନସନ ସେଣ୍ଟରରେ ୧୮ ଏବଂ ୧୯ ତାରିଖ ଦୁଇ ଦିନ ହେବ ସମ୍ମିଳନୀ । ଏଥିରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନେଇ ବିଶଦ ଆଲୋଚନା ହେବ । ଦୁଇ ଦିନିଆ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ, ରବି ଧାନ ସଂଗ୍ରହ ଓ ନୂଆଦିଲ୍ଲୀ ବିସ୍ଫୋରଣ ପରେ ସୁରକ୍ଷା ବ୍ୟବସ୍ଥାକୁ ବୈଠକରେ ଗୁରୁତ୍ୱ ଦିଆଯିବ । ତୃଣମୂଳ ସ୍ତରରେ ଉଭୟ ସରକାରଙ୍କ ଯୋଜନା ପହଞ୍ଚାଇବା ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜିଲ୍ଲାସ୍ତରରେ ଅଭିଯୋଗ ଶୁଣାଣୀ ତ୍ଵରାନିତ କରିବା ଉପରେ ଗୁରୁତ୍ୱ ଦିଆଯିବ ।ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ଗୁଇନ୍ଦା ରିପୋର୍ଟକୁ ଅଧିକ ସଶକ୍ତ, ମାଓବାଦୀ ସମସ୍ୟା ଓ ଉପକୂଳ ସୁରକ୍ଷା, ମହିଳା ସୁରକ୍ଷାକୁ ନେଇ ଜିରୋ ଟଲେରାନ୍ସ ନୀତି, ନିଶା କାରବାର ମୁକାବିଲା ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିବେ । ମୁଖ୍ୟମନ୍ତ୍ରୀଙ୍କ ସହ ଜିଲ୍ଲାପାଳ ଓ ଏସପି ମାନେ ଗ୍ରୁଫ ଫଟୋ ଉଠାଇବେ । ରାତିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାପାଳ ଓ ଏସପି ମାନେ ରାତ୍ରିଭୋଜନ କରିବେ ।

ଅଧିକ ପଢନ୍ତୁ

Odisha Darpan Digital