ଆସନ୍ତା ୧୮ ତାରିଖରେ ଚିଲିକାରେ ହେବ ପକ୍ଷୀ ଗଣନା

ଆସନ୍ତା ୧୮ ତାରିଖରେ ଚିଲିକାରେ ହେବ ପକ୍ଷୀ ଗଣନା । ୫ଟି ରେଞ୍ଜରେ ମୋଟ ୨୨ଟି ଟିମ କରିବେ ଗଣନା । ବାଲୁଗାଁ, ରମ୍ଭା, ଟାଙ୍ଗୀ, ଚିଲିକା ଓ ସାତପଡାରେ କରିବେ ଗଣନା । ଆସନ୍ତା ୨୦, ୨୧ ଓ ୨୨ ତାରିଖରେ ହେବ ଡଲଫିନ ଗଣନା । ୧୮ଟି ଟିମରେ ୯୦ ଜଣ ବାଲୁଗାଁ ଓ ସାତପଡାରେ କରିବେ ଗଣନା ।ଅବିଭକ୍ତ ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ରାଜସ୍ବ ଜିଲ୍ଲାର ଅଂଶବିଶେଷକୁ ନେଇ ୧୧୬୫ ବର୍ଗ କିଲୋମିଟର ପରିବ୍ୟାପ୍ତ ଚିଲିକାର ନୀଳ ଜଳରାଶିକୁ ପ୍ରତିବର୍ଷ ବିଦେଶାଗତ ପକ୍ଷୀମାନେ ଆସିଥାନ୍ତି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ୫ଟି ବନାଂଚଳ ବାଲୁଗାଁ, ଟାଙ୍ଗୀ, ରମ୍ଭା, ଚିଲିକା ଏବଂ ସାତପଡ଼ା ଏବଂ ୧୪ଟି ଉପବିଭାଗ ଓ ୪୫ଟି ଚକଲାକୁ ନେଇ ଗଠିତ।

ଅଧିକ ପଢନ୍ତୁ