ରାଜ୍ୟରେ ଆଉ ସପ୍ତାହେ ଯାଏଁ ଶୀତରୁ ନାହିଁ ନିସ୍ତାର । ରାଜ୍ୟର ଅନେକ ସ୍ଥାନରେ ତଳ ମୁହାଁ ରହିପାରେ ପାରଦ । ଏନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏଥିପାଇଁ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି ଜାରି ରହିଥିବା ବେଳେ ଆସନ୍ତା ଦୁଇ ଦିନ ଯାଏଁ ପ୍ରବଳ ଶୀତ ଅନୁଭୂତ ହେବ । ଏହାପରେ ଗୋଟିଏ କିମ୍ବା ଦୁଇ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ବର୍ତ୍ତମାନ କୌଣସି ନିୟାମକ ପାଣିପାଗ ସକ୍ରିୟ ନଥିବା ବେଳ ଆସନ୍ତା 7 ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।”ଆସନ୍ତା ୨୪ ଘଣ୍ଟାରେ ୯ ଜିଲ୍ଲା ଅର୍ଥାତ ସୁନ୍ଦରଗଡ, ଅନୁଗୁଳ, ଝାରସୁଗୁଡା, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ଶୀତ ଅନୁଭୂତ ହେବ । ତେଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
