ଆସନ୍ତା ୧୯ ତାରିଖରୁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି ।

୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୯ରୁ ୨୧ ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଅନୁଭୂତ ହେବ । ଜଗତସିଂହପୁରଳ କେନ୍ଦ୍ରପଡା, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ବର୍ଷା ସମ୍ଭାବନା ରହିଛି ।ଅନ୍ୟପକ୍ଷେ ରାଜ୍ୟରେ ବୁଧବାର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଥିବାବେଳେ ଗୁରୁବାର ଏଥିରେ ସାମାନ୍ୟ ହ୍ରାସ ପାଇଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଗୁରୁବାର ସର୍ବୋଚ୍ଚ ତାପମାତ୍ରା ଅନୁଗୋଳରେ ୩୫.୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ୫ ସହରରେ ପାରଦ ୩୫ ଡିଗ୍ରୀ ବା ତା’ଠାରୁ ଅଧିକ ରହିଥିଲା। । ଦିନ ତାପମାତ୍ରା ବି ଅଳ୍ପ ଖସିବ। ସାମୟିକ ଭାବେ ଗରମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଆଉ ୧୯ ତାରିଖ ଯାଏଁ ପାଗ ଅପରିବର୍ତ୍ତିତ ରହିବ ।

ଅଧିକ ପଢନ୍ତୁ

Odisha Darpan Digital