ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ଯେପରି ସମସ୍ୟା ନ ହେବ ସେଥିଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦ ତାରିଖରୁ ନାଟମଣ୍ଡପ ପରିସରରେ ଧାଡ଼ିଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି।ଶ୍ରୀମନ୍ଦିରରେ ଧାଡି ଦର୍ଶନ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ନାଟମଣ୍ଡପ ଭିତରେ କିପରି ଭକ୍ତମାନେ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀୟୁଙ୍କୁ ଦର୍ଶନ କରିବେ ସେନେଇ ୬ ଥାକିଆ ବ୍ୟାରିଗେଡ଼ କରାଯାଇଛି । ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ୟ୍ୟ ସମ୍ପୂର୍ଣ୍ଣ କରାଯିବ ।

ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ ହେବା ମାତ୍ରେ ପରଵର୍ତ୍ତୀ ସପ୍ତାହ ଠାରୁ ଗଣତିମଣତି କରାଯିବା ବୋଲି କହିଛନ୍ତି ଆଇନମନ୍ତ୍ରୀ । ଏଥିସହ ଖୁବ୍‌ଶୀଘ୍ର କଲ୍‌ଚରାଲ ଆଡ୍‌ଭାଇଜରି କମିଟି ଗଠନ ହେବ। ମହାପ୍ରଭୁଙ୍କ ସଂସ୍କୃତିକୁ ନେଇ ଗବେଷଣା କରୁଥିବା ବ୍ୟକ୍ତିବିଶେଷ ଏହି କମିଟିରେ ରହିବେ, ଯେଉଁମାନେ ଆଉ କ’ଣସବୁ କରାଯାଇପାରିବ ସେ ନେଇ ପରାମର୍ଶ ଦେବେ। ଯାହାସବୁ ଘୋଷଣା କରାଯାଇଛି, ତାହା ପୂରଣ କରାଯିବ। ଅପରପକ୍ଷରେ ଯେଉଁ ଗବେଷଣା କେନ୍ଦ୍ର କରାଯିବ, ତା’ ଉପରେ ରଘୁନନ୍ଦନ ଲାଇବ୍ରେରି କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ